STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଜଗତ ହିତେ ବୃକ୍ଷ

ଜଗତ ହିତେ ବୃକ୍ଷ

1 min
389


ନାଁ ଟି ମୋର ଗଛ ରେ

  ନାଁ ଟି ମୋର ଗଛ

ନାଁ ଟି ମୋର ଗଛ ରେ

  ନାଁ ଟି ମୋର ଗଛ

ଜନ୍ ସେବା ରେ ଖଟୁଛି ମୁହିଁ

  ଜୀବନ ମଣି ତୁଚ୍ଛ ରେ।

   ନାଁ ଟି ମୋର ଗଛ

ଖାଦ୍ୟ ପାନୀୟ ବସ୍ତ୍ର ଭୂଷଣ

ଯୋଗାଇଥାଏ ଜନ ହିତେଣ

 ମୋ ଜଗତ ହିତେ ବୃକ୍ଷ

ନାଁ ଟି ମୋର ଗଛ ରେ

  ନାଁ ଟି ମୋର ଗଛ

ନାଁ ଟି ମୋର ଗଛ ରେ

  ନାଁ ଟି ମୋର ଗଛ

ଜନ୍ ସେବା ରେ ଖଟୁଛି ମୁହିଁ

  ଜୀବନ ମଣି ତୁଚ୍ଛ ରେ।

   ନାଁ ଟି ମୋର ଗଛ

ଖାଦ୍ୟ ପାନୀୟ ବସ୍ତ୍ର ଭୂଷଣ

ଯୋଗାଇଥାଏ ଜନ ହିତେଣ

 (ମୋ ଲାଗି )

  ପରିବେଶ ଟି ସ୍ୱଚ୍ଛ ରେ।

  ନାଁ ଟି ମୋର ଗଛ

ପ୍ରାଣୀ ର ହିତେ ଜୀବନ ମୋର

ସମର୍ପି ଅଛି ଜନ୍ମ ଜନ୍ମ ର

ନାହିଁ ମୋ ଦୁଃଖ ନାହିଁ ଶୋଚନା

  କଥାଟି ଏକା ସତ ରେ।

   ନାଁ ଟି ମୋର ଗଛ ରେ

ଖରା ବରଷା ଶୀତ କାକର

ଏଥିକି ନାଇଁ ତିଳେ ଖାତର

ଦଡ ମଢି କୁ ନାହିଁ ମୋ ଡର

  ସାଧେ ମୁଁ ପ୍ରାଣୀ ହିତ ରେ

   ନାଁ ଟି ମୋର ଗଛ ରେ,,,,,,

(କିନ୍ତୁ) ହାୟ ରେ ଏଇ ମଣିଷ ଜାତି

ସ୍ବାର୍ଥ ପାଇଁ କି ନ ଭାଳି କିଛି

କୁଠାର ଧରି ହାତେ

ଗୋଟି କି ଗୋଟି ହାଣଇ ମୋତେ

  କଠୋର ତାଙ୍କ ଚିତ୍ତ ରେ।

  ନାଁ ଟି ମୋର ଗଛ ରେ

  ନାଁ ଟି ମୋର ଗଛ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational