STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ବନ୍ଦେ ଭାରତ ଜନନୀ🙏🏿✨✨✨✨🇮🇩🇮🇪🇮🇪ବନ୍ଦେ,,,,,, ବ

ବନ୍ଦେ ଭାରତ ଜନନୀ🙏🏿✨✨✨✨🇮🇩🇮🇪🇮🇪ବନ୍ଦେ,,,,,, ବ

1 min
397


ବନ୍ଦେ,,,,,, ବନ୍ଦେ,,,,,

  ବନ୍ଦେ ଭାରତ ଜନନୀ

ନୀଳ ପାରାବାର 

ନୀଳ ଉର୍ମିମାଳା 

  ଧୁଏ ଯା ପୟର

ଚୀର ନମସ୍ୟା 

 ସିଏ ମୋ ଭାରତ ଜନନୀ।

   ବନ୍ଦେ ଭାରତ ଜନନୀ

ହିମଗିରି ଯାର ମୁକୁଟ ଶୋଭଇ 

ନଦୀ ବନ ଯାର ଜୟଗାନ ଗାଇ 

ସବୁଜ କେଦାର ସୁନା ଫସଲ ରେ

 ହସୁଥାଇ ଦିବା ରଜନୀ।

  ବନ୍ଦେ ଭାରତ ଜନନୀ

ଯା ବକ୍ଷରେ ବହେ ପୁଣ୍ୟତୋୟା ଗଙ୍ଗା

ଯା ବିଜୟ ଗାଥା ଗାଉଛି ତ୍ରିରଙ୍ଗା

କାଶ୍ମୀର ଠାରୁ କୁମାରୀକା ଯାଏ 

ଘୋଡାଇ ରଖିଛି ତା ପଣତ କାନି।

  ବନ୍ଦେ ଭାରତ ଜନନୀ

ଯାର ଟେକ ଲାଗି ତା ବୀର ସନ୍ତାନ

ହସି ହସି ପୁଣି ଦେଇ ପାରେ ପ୍ରାଣ

ବାଜିଆ ଧରମା ଅମର କାହାଣୀ

 ଇତିହାସ କେବେ ଭୁଲିନି।

ବନ୍ଦେ ଭାରତ ଜନନୀ

ଜୟୀ ରାଜଗୁରୁ ସୁଭାଷ ଓ ମଧୁ

ଲକ୍ଷ୍ମଣ ନାୟକ ବକ୍ସି ଗୋପବନ୍ଧୁ

 ଲଙ୍ଗଳା ଫକୀର ଗାନ୍ଧୀ ବୁଢ଼ାର ସେ

  ସତ୍ୟ ଅହିଂସା ର କାହାଣୀ।

  ବନ୍ଦେ ଭାରତ ଜନନୀ,

  ବନ୍ଦେ ଭାରତ ଜନନୀ,

କେଡେ ଭାଗ୍ୟବାନ ଅଟେ ମୁଁ ସତରେ

ଏମିତି ମାଆ ମୋ ମିଳିଛି ଭାଗ୍ୟରେ

ଶତ ଜନମର ପୁଣ୍ୟ ଫଳ ଇଏ

 କୋଳ ରେ ତାହାର ଜନମି।

  ବନ୍ଦେ ଭାରତ ଜନନୀ,

ହେ ଭାରତ ମାତା ବନ୍ଦେ ତୋ ପୟର 

ଜନମେ ଜନମେ ହେବି ତୋ କୁମର 

ତୋ ଧୂଳି କୁ କରି ମଥା ର ଚନ୍ଦନ

 ମାଆ ମୋ ଅଭୟ ଦାୟିନୀ।

 ବନ୍ଦେ ଭାରତ ଜନନୀ,

 ବନ୍ଦେ ଭାରତ ଜନନୀ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational