STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମୋ ବୋଉ🌹🌹🌹🌹

ମୋ ବୋଉ🌹🌹🌹🌹

1 min
26

ମୋ ବୋଉ

🌹🌹🌹🌹

ଦୁନିଆଁ ରେ ଯାହା ସବୁଠୁଁ ମଧୁର

  ସବୁଠୁଁ ଯାହା ସୁନ୍ଦର

ଯାହା ଲାଗି ଆଜି ଦୁନିଆଁ ଦାଣ୍ଡ ରେ

  ଅଟେ ପରିଚୟ ମୋର

ସେ ମୋର ଅତି ନିଜର

ନିଜ ଠୁଁ ନିଜର ଅତି ଆପଣାର

 ସିଏ ପରା ବୋଉ ମୋର।

ଦଶ ମାସ ଦଶ ଦିନ ଯେ ଜତନେ

 ଜଠରେ ଧରିଣ ମୋତେ

କେତେ ଯେ ଯାତନା ସହିଛି ସେ ବେଳେ

 କହିନି କାହା ଅଗ୍ରତେ

ଜନମ ଦେଇଛି ପାଳିଛି ପୋଷିଛି

 ନ କରି ସେ ହତାଦର

 ସିଏ ପରା ବୋଉ ମୋର।

ଅଧା ପେଟ ଖାଇ ଖୁଆଇ ଛି ମୋତେ

  ନିଜ କୁ ଦେଖିନି କେବେ

ନିଜ ସୁଖ କଥା ଭାବି ନାହିଁ କେବେ

  ମୋ କଥା ନିଇତି ଭାବେ

ଯେତେ ଓଷା ବ୍ରତ ମୋହରି ନିମନ୍ତେ

 ଉପବାସ ଉଜାଗର।

  ସିଏ ପରା ବୋଉ ମୋର।

ଘରୁ ଯେବେ ମୁହିଁ ବାହାର କୁ ଯାଏ

  ମୋ ବାଟ କୁ ଥାଏ ଚାହିଁ

ନ ଫେରିବା ଯାଏଁ ଦୁଆର ବନ୍ଧ ରେ

  ଅପେକ୍ଷା ରେ ଥାଏ ରହି

କେତେ ମାନସିକ କରି ଥାଏ ପରା

  ଏମିତି ହୃଦୟ ତାର।

ସିଏ ପରା ବୋଉ ମୋର,,,,,

ତା ପଣତ କାନି ଶ୍ରୀ ମନ୍ଦିର ନେତ

  ତା ହାତ ମଥା ରେ ଥିଲେ

ସବୁ ଅରିଷ୍ଟ ମୋ ହୋଇବ ଖଣ୍ଡନ

  ଭୟ ଭ୍ରାନ୍ତି ଯାଏ ଦୂରେ

ତା କୋଳେ ଜନମି ହୋଇଛି ମୁଁ ଧନ୍ୟ

 କେଉଁ ଜନମ ର ପୁଣ୍ୟ

ତା ପାଦ ଯୁଗଳ ମୋ ନିମନ୍ତେ ଏକା

 ଅଟଇ ମୁକତି ଦ୍ଵାର।

ସିଏ ପରା ବୋଉ ମୋର,,,,,,

ସିଏ ପରା ବୋଉ ମୋର,,,,,,

🌻🌻🌻🌻🌻🌻🌻🙏🏿

  ବିଜୟ କୁମାର ସ୍ବାଇଁ

  ପ୍ରଧାନ ପଡା

  କଟକ।🙏🏿

୨୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ମୋ ବୋଉ ପାଇଁ କେଇ ପଦ 🙏🏿🙏🏿


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational