STORYMIRROR

MADHU MITA

Inspirational

4  

MADHU MITA

Inspirational

ଭଲ ପାଇଛି

ଭଲ ପାଇଛି

2 mins
714


ତୁମ ସାମ୍ନାକୁ ମୁଁ ଆସି ପାରିନି ..

ତା ବୋଲି କଣ ମୁଁ ଭଲ ପାଇନି..!!

ଭଲ ପାଇବା କେବେ କଣ କିଛି ଚାହିଁଥାଏ..!!

ନା ଦୂରରେ ରହି ଭଲ ପାଇ ହେଇ ନ ଥାଏ..!!


କହିଲ ଦେଖି ..

ସୂର୍ଯ୍ୟ କଣ କେବେ ରାତିକୁ ଦେଖିଛି..??

କିନ୍ତୁ ରାତି ତାକୁ କେତେ ଯେ ଭଲ ପାଉଛି..!!

କେବଳ ସେ ଟିକେ ଆରାମରେ ଆସୁ ବୋଲି..

ରାତି ତ ଫେରେ ନିଜକୁ ହଜେଇ ଦେଉଛି..!!


ଭାବିଲ ଥରେ..

ବୀଜଟେ କଣ କେବେ ବୃକ୍ଷକୁ ଦେଖିଛି..??

କିନ୍ତୁ ଗଛଟି ବଞ୍ଚି ଯାଉ ବୋଲି ସେ..

ନିଜକୁ ମାଟିରେ ପୁରା ମିଶେଇ ପାରୁଛି..!!


କେବେ ଦେଖିଛ କି..

ସଳିତାଟେ ଅନ୍ଧାରରେ ବି ଜଳୁଛି…!!

ଆଉ ସେ ଜ୍ଵାଳା ସହିବା ପରେ ମଧ୍ୟ..

ଅନ୍ଧାର ତା ଛାତି ଚିରି ବଞ୍ଚି ପାରିଛି..!!


ହେଇ ଦେଖ ତ..

ନ ମାସ ନିଜ ଗର୍ଭରେ ଧରିଛି..

ଆଉ ସେ ଭଲରେ ଜନ୍ମ ନେଉ ବୋଲି ..

ନିଜେ ମୃତ୍ୟୁ ପରି କଷ୍ଟ ଖୁସିରେ ସହୁଛି..!!


ନଦୀଟି କେବେ ଶୁଖି ନ ଯାଉ..

ଏତିକି ହିଁ ତ ସେ ସତରେ ଚାହୁଁଛି..!!

ଆଉ ସେହି ଟିକେ ଭଲ ପାଇବା ପାଇଁ..

ପଥର ଖଣ୍ଡଖଣ୍ଡ ହୋଇ ନଦୀରେ ବହି ଯାଉଛି..!!


ମୁଁ ଚକୋର ନୁହେଁ ଯେ ବର୍ଷାକୁ ଚାହେଁ..

କି ଫୁଲଟେ ନୁହେଁ ଯେ ସୁଗନ୍ଧ ଚାହେଁ..

ମାଟିର ଛାର ମଣିଷଟିଏ ମୁଁ..

କେବଳ ତୁମ ଭଲ ପାଇବା ଟିକେ ଚାହେଁ..!!


ଦେଖି ପାରିନି କି ଛୁଇଁ ପାରିନି..

ତଥାପି କହିବନି କେବେ ମୁଁ ଭଲ ପାଇନି..!!

ତୁମକୁ ଏତେ ଭଲ ପାଉଛି ବୋଲି ତ ଦେଖ..

ମୁଁ ଟିକେ ଶାନ୍ତିରେ ବଞ୍ଚି ବି ପାରୁନି..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational