STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୁମେ ଆସିବ ବୋଲି✨✨✨✨✨✨🌹

ତୁମେ ଆସିବ ବୋଲି✨✨✨✨✨✨🌹

1 min
340

ତୁମେ ଆସିବ ବୋଲି 

ଦୁଆର ରଖିଛି ଖୋଲି

ଅପେକ୍ଷା ଅନ୍ତ ଘଟାଇ

   ତୁମେ ଆସିଲ ଚାଲି।

ତୁମ ପରି କେତେ ନୂଆ

  ଆସିଥିଲେ ଏମିତି

ସ୍ଵାଗତ ରେ ପୁଲକିତ

  ଏଇ ଧରା ଯେମିତି

ଆସିଥିଲେ ଚାଲିଗଲେ

ପାଦ ଚିହ୍ନ ଥାପି ଗଲେ

  ନିଜେ ଯାହା ଦେଖିଲି।

ତୁମେ ଆସିବ ବୋଲି,,,,,,,,,,,


ନିଶ୍ଚୟ ଆସିବ ବୋଲି 

  କହୁଥିଲା ସମୟ

ଶୁଭ କ୍ଷଣେ ଉପଗତ

  ଦେଇଥିଲ ଅଭୟ

କରିଲୁ ସ୍ବାଗତ ତୁମ

କଲ ଶୁଭ ଆଗମନ

  ପାଦ ଶବ୍ଦ ଶୁଣିଲି।

ନୂତନ ଅତିଥି ତୁମେ

  ନବବର୍ଷ ପଚିଶି

ତୁମରି ସ୍ବାଗତ କରୁ

 ଦେବ ସୁଖ ପରଷି 

ତୁମରି ଆସିବା ହେଲା

ଅପେକ୍ଷା ର ଶେଷ ହେଲା

 ତୁମେ ଆସିଲ ବୋଲି।

ତୁମେ ଆସିଲ ବୋଲି,,,,,

ତୁମେ ଆସିବ ବୋଲି,,,,,,।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational