STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଶ୍ରୀକ୍ଷେତ୍ର ରେ ବାହୁଡ଼ାଯାତ୍ରା

ଶ୍ରୀକ୍ଷେତ୍ର ରେ ବାହୁଡ଼ାଯାତ୍ରା

1 min
20


କର୍ମ ଭୂମି ତେଜି ଜନମ ବେଦୀ କୁ

 ଗୁଣ୍ଡିଚା ମନ୍ଦିରେ ଯାଇ ଥିଲ

ଗୋଟି ପହଣ୍ଡି ରେ ଯାଇ ହେ ମଣିମା

  ଧାଡି ପହଣ୍ଡି ରେ ବାହୁଡ଼ିଲ

ହେ ମଣିମା,,,,,

  ଭକ୍ତ ଜନ ମନ ମୋହି ନେଲ।

ହଲାଦୀ ମୁହିଁ ସେ ଦେବଦଳନ ରେ

ଜ୍ୟେଷ୍ଠ ଭାଇ ବସି ତାଳଧ୍ଵଜ ପରେ

ଜଗତ ପତି ସେ ନନ୍ଦିଘୋଷ ରଥେ

  ଗୁଣ୍ଡିଚା ମନ୍ଦିରେ ବିଜେ କଲ

 ହେ ମହାବାହୁ,,,,,,,

  କେତେ ଲୀଳା ଖେଳା ତହିଁ କଲ।

ଆଡ଼ପ ମଣ୍ଡପେ ଜନମ ବେଦୀ ରେ

ଦରଶନ ଦେଲ ତୁମ୍ଭ ଭକତ ରେ

ବାହୁଡ଼ା ଦଶମୀ ଏ ପୁଣ୍ୟ ତିଥି ରେ

 କର୍ମ ଭୂମି ପଥେ ବାହୁଡିଲ

ଆହେ ଦୀନବନ୍ଧୁ,,,,,,,,

 ମାଆ ଲକ୍ଷ୍ମୀ କଥା ଭୁଲି ଗଲ।

ବଳଗଣ୍ଡି ଠାରେ ରଥ ଅଟକାଇ

ମାଉସୀ ହାତ ର ପୋଡପିଠା ଖାଇ

ମାନବୀୟ ଲୀଳା ଆହା କି ଆନନ୍ଦ 

 ଶିରୀ କ୍ଷେତ୍ର ଧାମେ କରି ଥିଲ

ଆହେ ଜଗବନ୍ଧୁ,,,,,,

 ଜଗଜନ ଜନ ମୋହି ନେଲ।

ଭକତ ମେଳ ରେ ଗହଳି ଲଗାଇ

ବାହୁଡ଼ା ଯାତ୍ରା ରେ ରଥେ ଆସ ଧାଇଁ

ଗୁଣ୍ଡିଚା ମନ୍ଦିର ଶୂନ୍ୟ କରି ଦେଇ

କର୍ମ ଭୂମି ପଥେ ମନ ଦେଲ

ଆହେ ଭକ୍ତ ବନ୍ଧୁ,,,,,,,,,

 ବାହୁଡ଼ା ଯାତ ରେ ବାହୁଡିଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational