STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୁମେ ସତ ସବୁ ମିଛ

ତୁମେ ସତ ସବୁ ମିଛ

1 min
278


ତୁମେ ସତ ସବୁ ମିଛ

 ମିଛ ଏ ଜଗତ

ତୁମେ ସତ ଜଗନ୍ନାଥ।

ମିଛ ଏ ସଂସାର

ବାଲି ଘର ଖେଳ

ଖେଳ ଖେଳୁ ଖେଳୁ

ଗଡି ଯାଏ ବେଳ

ଘୋଟି ଆସେ ଅନ୍ଧାର

କାହିଁ ଦିଶୁ ନାହିଁ ପଥ।

 ତୁମେ ସତ ଜଗନ୍ନାଥ,,,,,

କେ ନୁହେଁ ନିଜର

ସବୁ ହେବେ ଦୂର

ଥିଲେ ପାଶେ ଧନ

କରିବେ ଯତନ 

ଚଲା ବାଟେ ଏକା 

ମିତ ପରା ଜଗନ୍ନାଥ।

ତୁମେ ସତ ଜଗନ୍ନାଥ ।


Rate this content
Log in

Similar oriya poem from Inspirational