STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଆହେ ଜଗତର ନାଥ

ଆହେ ଜଗତର ନାଥ

1 min
25


ତୁମ ଶ୍ରୀକ୍ଷେତ୍ର ର ତୁମ ବଡ଼ ଦାଣ୍ଡେ

 ଟେକି ଦେଇଆହେ ଜଗତର ନାଥ


ତୁମ ଶ୍ରୀକ୍ଷେତ୍ର ର ତୁମ ବଡ଼ ଦାଣ୍ଡେ

 ଟେକି ଦେଇ ଦୁଇ ହାତ

ଫେଡିବ ଆରତ ଆହେ ଜଗନ୍ନାଥ

 ପୁରାଇବ ମନୋରଥ

  ଆହେ ପ୍ରଭୁ ଜଗନ୍ନାଥ।


କୋଟିଏ ବନ୍ଧୁ ଥିଲେ ଲାଭ ନାହିଁ

 ତୁମ ପରି ବନ୍ଧୁ ନାହିଁ

ମୋ ଅନ୍ତରେ ତୁମେ ମୋ ବାହାରେ ତୁମେ

  ତୁମ ସମ କିଏ କାହିଁ

ଦୟା ର ସାଗର କ୍ଷମା ର ବାରିଧି

  ତୁମେ ମୋ ପରାଣ ମିତ।


ଆହେ ପ୍ରଭୁ ଜଗନ୍ନାଥ

ଭାବ ଦଉଡ଼ି ରେ ବାନ୍ଧିଛି ତୁମକୁ

  ଭାବଗ୍ରାହୀ ଦୀନବନ୍ଧୁ

ଅଥଳ ସାଗରେ ଭାସି ଯାଉଛି ମୁଁ

 ରକ୍ଷା କର କୃପାସିନ୍ଧୁ

ଶରଣ ରକ୍ଷଣ ପତିତପାବନ

  ଫେଡ ଏ ଦୀନ ଆରତ।


ଆହେ ପ୍ରଭୁ ଜଗନ୍ନାଥ,

ଆହେ ପ୍ରଭୁ ଜଗନ୍ନାଥ,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational