STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ତୁମ ପରି ଛୋଟ ପିଲାଟିଏ ✨✨✨✨✨✨✍️ ତୁମ ପରି ଛୋଟ ପିଲାଟିଏ

ତୁମ ପରି ଛୋଟ ପିଲାଟିଏ ✨✨✨✨✨✨✍️ ତୁମ ପରି ଛୋଟ ପିଲାଟିଏ

1 min
270

ତୁମ ପରି ଛୋଟ ପିଲାଟିଏ 
✨✨✨✨✨✨✍️
ତୁମ ପରି ଛୋଟ ପିଲାଟିଏ ସିଏ
   ଗାଁ ଚାହାଳୀ ର ଚାଟ 
ସତ୍ୟଭାମା ପୁର ଗାଁ ରେ ଜନମ
  ପଢି ଯାଉ ଥିଲା ପାଠ।
ଛାଡି ଯାଇଥିଲା ବରଷା ଓ ଝଡି
   ଖସରା ଗାଁ ଦାଣ୍ଡ ରେ
ତରତର ହୋଇ ବାଟେ ଯାଉ ଯାଉ 
  ଖସିଲା ଗୋଡ଼ ବାଟ ରେ।
ପାଣି କାଦୁଅ ରେ ଦେହ ସରସର 
   ସେଥି କି ନାହିଁ ଖାତର 
ପାଠ ପଢି ବାରେ ଆଗ୍ରହ ତାଙ୍କର
   ଚାଟଶାଳୀ ରେ ହାଜର।
ଦେଖିଲେ ଗୁରୁଜୀ ଅବସ୍ଥା ତାଙ୍କର
   କିଏ ଏତେ ସରି କଲା 
କହିଲା ପିଲାଟି ବେଗେ ଆସୁ ଆସୁ 
 କାଦୁଅ ରେ ଖସି ଗଲା।
ଦଶହରା ଛୁଟି ଦିନ ରେ ପିଲାଟି
  ସାଙ୍ଗ ସାଥି ମେଳ କରି
ବାଲି ଗୋଡ଼ି ମାଟି ପକାଇ ରାସ୍ତା କୁ
   ଦେଲା ସମତୁଲ କରି।
ସେଇ ପିଲା ଦିନେ ବଡ ହୋଇ ହେଲା
   ଏ ଜାତି ର କର୍ଣ୍ଣଧାର
ଓଡ଼ିଶା ମାଟିର ଗୌରବ ରଖିଲା 
   କୁଳବୃଦ୍ଧ ଓଡ଼ିଆ ର।
ପ୍ରଥମ ଓଡ଼ିଆ ଓକିଲ ପ୍ରଥମ
   ଥିଲେ ସେହି ପରା ମନ୍ତ୍ରୀ
ଦୂର୍ଦ୍ଧଶ ବ୍ରିଟିଶ ସରକାରଙ୍କର
   ଥରାଇ ଦେଲେ ସେ ତନ୍ତ୍ରୀ।
ପ୍ରଥମ ଓଡ଼ିଆ M,A ପଢୁଆ ଓଡ଼ିଆ
    ପ୍ରଥମ ବିଲାତ ଯାତ୍ରୀ
   ତାଙ୍କ ଯୋଗୁଁ ଏଇ ଓଡ଼ିଆ ଜାତି ଟା 
   ଫୁଲାଇ ଚାଲୁଛି ଛାତି।
ଗୋବିନ୍ଦ ବଲ୍ଲଭ ପିଲାଦିନ ନାମ
   ତୁମ ପରି ଛୋଟ ପିଲା
ପିତା ରଘୁନାଥ ମାଆ ଯେ ପାର୍ବତୀ
   ଏମିତି ସେ ନାଁ କଲା।
ମଧୁବାବୁ ସିଏ କୋଟି ଓଡ଼ିଆର
  ଥିଲେ ସେ ମଉଡ ମଣି 
ଯାବତ୍ ଚନ୍ଦ୍ର ସୂର୍ଯ୍ୟ ଥିବେ ଏ ଧରା ରେ
   ଥିବ ତାଙ୍କର କାହାଣୀ।
✨✨✨✨✨✨✨✍️
   ବିଜୟ କୁମାର ସ୍ବାଇଁ, ପ୍ରଧାନ ପଡା, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational