ସିଏ ଘଟ ଗାଆଁ ରାଣୀ
ସିଏ ଘଟ ଗାଆଁ ରାଣୀ
ମାଆର ମଧୁର ନାଆଁ ଶୁଭେ ପ୍ରତିଧ୍ୱନି
ଯୋଡି ମହୁରୀ ଶବଦ ଭୁଲି ମୁଁ ପାରୁନି ।
ଢୋଲ ତୁରୀ ତାଳେ ତାଳେ
ଚଇତି ଘୋଡା ନାଚେରେ
ମୃଦୁ ମଳୟର ସ୍ଵରେ
ରାଗିଣୀ ରାଗେ ବିଭୋରେ
ଆଜି ଚଇତ ପୂର୍ଣମୀ
ହସେ ଶାଳୁଅ ବନାନି
ହସେ ଭକତର ପ୍ରାଣ
ହସଇ ଶାଳୁଆ ରାଣୀ
ସେ ଘଟ ଗାଆଁ ରାଣୀ ସିଏ ମାଆ ତାରିଣୀ ।
ଘଟେ ଘଟ ସ୍ୱରୂପିଣୀ
ପ୍ରତି ପ୍ରାଣ ପୂଜାରିଣୀ
ଶୟନ ସପନ ରାଣୀ
ଦୁଃଖୀର ଦୁଃଖ ହାରିଣୀ
ଭକତର ମନ ଜାଣି
ଦିଏ ମାଆ ଆଶିଷ ବୁଣି
ସୁଖର କବଚ ପୁଣି
ସେଇ ତା ପଣତ କାନି
ସେ ଘଟ ଗାଆଁ ରାଣୀ ସିଏ ମାଆ ତାରିଣୀ ।