STORYMIRROR

Kalandi pal

Inspirational

3  

Kalandi pal

Inspirational

ସିଏ ଘଟ ଗାଆଁ ରାଣୀ

ସିଏ ଘଟ ଗାଆଁ ରାଣୀ

1 min
181


ମାଆର ମଧୁର ନାଆଁ ଶୁଭେ ପ୍ରତିଧ୍ୱନି

ଯୋଡି ମହୁରୀ ଶବଦ ଭୁଲି ମୁଁ ପାରୁନି ।


ଢୋଲ ତୁରୀ ତାଳେ ତାଳେ

      ଚଇତି ଘୋଡା ନାଚେରେ

ମୃଦୁ ମଳୟର ସ୍ଵରେ

      ରାଗିଣୀ ରାଗେ ବିଭୋରେ

ଆଜି ଚଇତ ପୂର୍ଣମୀ

     ହସେ ଶାଳୁଅ ବନାନି

ହସେ ଭକତର ପ୍ରାଣ

     ହସଇ ଶାଳୁଆ ରାଣୀ

ସେ ଘଟ ଗାଆଁ ରାଣୀ ସିଏ ମାଆ ତାରିଣୀ ।


ଘଟେ ଘଟ ସ୍ୱରୂପିଣୀ

    ପ୍ରତି ପ୍ରାଣ ପୂଜାରିଣୀ

ଶୟନ ସପନ ରାଣୀ

     ଦୁଃଖୀର ଦୁଃଖ ହାରିଣୀ

ଭକତର ମନ ଜାଣି

     ଦିଏ ମାଆ ଆଶିଷ ବୁଣି

ସୁଖର କବଚ ପୁଣି

     ସେଇ ତା ପଣତ କାନି

ସେ ଘଟ ଗାଆଁ ରାଣୀ ସିଏ ମାଆ ତାରିଣୀ ।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational