STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ମୋ ଜନ୍ମ ଭୂମି

ମୋ ଜନ୍ମ ଭୂମି

1 min
354

ମୋ ଜନ୍ମ ଭୂମି

ସୁରେଶ ଚନ୍ଦ୍ର ପାଢୀ

ମୋ ଜନ୍ମ ଭୂମି ମୋ ପାଇଁ ମହାନ

ନୀତି ଗାଏ ତା ଗୁଣ ଗାନ

କେତେ ସୁନ୍ଦର ସେ ଜନ୍ମ ଭୂମି ମୋର

ହୋଇଛି ସେ ମୋର ନିଜର ।


ଯା କୋଳ ରେ ଜନ୍ମ ମୋର 

ସେ ତ ମା ମୋର

ଯା ପାଇଁ ଗଢ଼ା ଏ ଶରୀର ମୋର

ସେ ତ ଜନ୍ମ ଭୂମି ମୋର ।


ମୋ ଜନ୍ମ ଭୂମି ପରି କେହି ହେବ ନାହିଁ

ସବୁଠୁ ସୁନ୍ଦର ସେ ଲଗାଇ ଆମ ପାଇଁ

ଆମ ଜନ୍ମ ଭୂମି ଆମକୁ ଆଗକୁ ନେବ

ଆମ ଚଲା ପଥେ ସେ ସାହା ହୋଇ ରହିବ ।


ଆସ ଆମେ ଜନ୍ମଭୁମିର ସେବା କରିବା

ଏ ଜନ୍ମ କୁ ଆମେ ତା ପାଇଁ ସମର୍ପି ଦେବା

ସବୁଠୁ ଶ୍ରେଷ୍ଠ ଆମ ଜନନୀ ଜନ୍ମ ଭୂମି

ସାରା ବିଶ୍ୱ ରେ ତାର ତୁଳନା ଜମା ନାହିଁ ।


ମାଟି ଯାହାର ପବିତ୍ର ବୋଲାଏ

ମୋ ଜନ୍ମ ଭୂମି ଏକା ସିଏ

ଯେଉଁଠି ଧର୍ମ ର ଧ୍ଵଜା ଉଡ଼ୁ ଥାଏ

ମୋ ପ୍ରିୟ ଜନ୍ମ ଭୂମି ସିଏ ।



Rate this content
Log in

Similar oriya poem from Inspirational