STORYMIRROR

Premalata Giri

Inspirational

4  

Premalata Giri

Inspirational

ମାଘମାସ

ମାଘମାସ

1 min
269


 ମାଘର ପଣତ ଶୀତେ ଜୁଡୁବୁଡୁ

    ମୁହଁଟି ସୁନାର ରଙ୍ଗ

  ସବୁଜ ପାଦରେ ଶିଶିର ନିକ୍ୱଣ

   ମାସ ସାରା ଶୁଭ ଶଙ୍ଖ। 

    

 ବାରମାସ ମଧ୍ୟେ ଚାରିମାସ ଧର୍ମ

   ତନ୍ମଧ୍ୟରୁ ମାଘଧର୍ମ

 ସୂର୍ଯ୍ୟଙ୍କ ଗତିରେ ପବିତ୍ର ଧରଣୀ

  ମହା ସଂଯୋଗର ଯୋଗ।

 

ଦାନ ପୂଣ୍ୟ ସେବା ସ୍ୱୀକାରକୁ ନେଇ

   ମାଘରେ ଗଙ୍ଗାର ସ୍ନାନ

ମକର ସଂକ୍ରାନ୍ତି ମକର ବେଢାରେ

     ଭାବର ମହାମିଳନ। 


ଶାରଦା ବରଦା ଶ୍ରୀ ପଞ୍ଚମୀ ତିଥି

   ପୂର୍ଣ୍ଣତା ନକ୍ଷତ୍ର ଯୋଗ

ମହାସପ୍ତମୀର ସୂର୍ଯ୍ୟ ଆରାଧନା

   ଚନ୍ଦ୍ରଭାଗା ପୂଣ୍ୟ ଭୋଗ। 


 ଆକାଶର ତାରା ନକ୍ଷତ୍ର ସହିତ

    ଚନ୍ଦ୍ର କିରଣର ରାଗ

ଉତ୍ସବମୁଖର ମାଘର ରୋଷଣୀ

  ଜାଳି ଆଲୋକର ପର୍ବ।


ଭକ୍ତିର ତର୍ପଣ ଜଳେ ଜୀବନକୁ

    କରୁଥାଏ ଅର୍ଘ୍ୟଦାନ

ମାଟି ମଣ୍ଡପରେ ଋତୁ ହସୁଥାଏ

    ମନ ବୈକୁଣ୍ଠ ସମାନ।


Rate this content
Log in

Similar oriya poem from Inspirational