STORYMIRROR

Premalata Giri

Classics

3  

Premalata Giri

Classics

ଚେତନା

ଚେତନା

1 min
199


ଚିନ୍ତା ଚେତନାର ଉର୍ଦ୍ଧ୍ବରେ ପରମ

  ଅପରୂପ ରୂପକାର

ଜଡରୁ ଜୀବନ ସର୍ବ ବିଦ୍ୟମାନ

  ନମଇ  ପଦ୍ମଚରଣ। 

 ଆଲୋକେ ପୁଲକେ ଭରିଛି ଏ ଧରା

 ସୂର୍ଯ୍ୟ ଚନ୍ଦ୍ର ଆତଯାତ

 ସତ୍ଯ ଧର୍ମଦାଣ୍ଡେ ସମୟ ଗଡୁଛି

  ବିଶ୍ବାସେ ଚାଲେ ଜଗତ। 

ଜଗଦୀଶ୍ଵର ହେ ବହ୍ମାଣ୍ଡର ପତି

  ଭାବ ଭରସାର ନାବ

ନିତ୍ଯ ନୈମନ୍ତରେ ଆତ୍ମା ରାମ ପ୍ରଭୁ

  ଜୀବନର ଶେଷ ଧାମ। 

 ଉଦୟରୁ ଅସ୍ତ ଇସାରା ସମସ୍ତ

  କରି କରାଇବା କର୍ମ

 ଅଧର୍ମର ଯୋଗ ନୁହେଁ ବିନିଯୋଗ

   କ୍ରୁପା କରୁଣାରେ ଧର୍ମ। 

ଅନନ୍ତ କୋଟିର ଭୂତ ଭବିଷ୍ୟତ

    ତୁମେ ଏକୋଇ ଆଧାର 

ବିଶ୍ୱ ମଧୁମୟ ଇଚ୍ଛାରେ ତୁମରି

  ଚେତନାର ସମାହାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics