STORYMIRROR

Premalata Giri

Classics

4  

Premalata Giri

Classics

ଭସାବାଦଲ

ଭସାବାଦଲ

1 min
271


ଭସାବାଦଲରେ କି ଅବା ଭରସା

   ମନଇଚ୍ଛା ଯାଏ ଭାସି

 ଖୋଜିଲା ଠିକଣା ହଜିବାରେ ମିଳେ

    ନଈରେ ପାଣି ବରଷି। 


 ବର୍ଷା ବାଦଲର ସଂପର୍କ ଅଭିନ୍ନ

    ମେଘର ପାଚେରୀ ଡେଇଁ

କେବେ ଝିପିଝିପି କେବେ ଘନ ଘଟା

   ବିଜୁଳିରେ ଚମକେଇ। 


ପବନ ପିଠିରେ ସବାର ବାଦଲ

  ଦୂର ପାହାଡକୁ ଚାହିଁ

ମନଅମାନିଆ ଆକାଶ ବୁକୁରେ

   କଳାରଂଗ ବୋଳି ଦେଇ। 


 ସୂର୍ୟ୍ଯ ଚନ୍ଦ୍ର ତାରା ଲୁଚି ଯାନ୍ତି ପରା

  ଚାଦର ଦିଏ ଘୋଡେଇ

ଧରଣୀ ସୁନ୍ଦର ବାଦଲ ଭାସିଲେ

  ଶୀତଳ ପରଶ ପାଇ। 


ଆଷାଢ ଆଖିରେ ବାଦଲର ଛାଇ

 ଶ୍ରାବଣ ଛକରେ ପ୍ରୀତି

 ବରଷା ବରଷେ ଭଲପାଏ ବୋଲି

  ଚାତକର ଶୋଷ ତ୍ରୁପ୍ତି। 


ସରସ ସୁନ୍ଦର ଆଶାବରୀ ଧାରେ

   ଚିହ୍ନାରୂପ ଅସରନ୍ତି

ସୀମା ସରହଦ ନାହିଁ ବାଦଲର

   ଅପରୂପ ରୂପ କାନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics