STORYMIRROR

Premalata Giri

Classics

4  

Premalata Giri

Classics

ଶ୍ରୀ ତୀର୍ଥ ଅଲାରନାଥ

ଶ୍ରୀ ତୀର୍ଥ ଅଲାରନାଥ

1 min
393


 ଜଗନ୍ନାଥ ଶୋଭା ଅଲରନାଥରେ

  ଅନବସରରେ ରୀତି

ଭାବର ଠାକୁର ଭକ୍ତଭାବେ ବନ୍ଧା

   ଜଗଦୀଶ୍ୱରଙ୍କ ପ୍ରୀତି।


ଚତୁର୍ଭୁଜ ପ୍ରଭୁ ଶଙ୍ଖ ଚକ୍ରଧାରୀ

  କଳାକଳେବର ଶୀରି

ବ୍ରହ୍ମା ବରୀଥିଲେ ବିଷ୍ଣୁ ଙ୍କ କରୁଣା

  ନାମ ହେଲା ବହ୍ମଗିରି। 


ଜ୍ୱରରେ ପୀଡିତ ଯେଣୁ ଜଗନ୍ନାଥ

   ପୁରୀରେ ଦର୍ଶନ ନାହିଁ

ଭକ୍ତଙ୍କର ଲାଗି ଅଲାରନାଥରେ

  କୋଟିପୂଣ୍ୟ ମିଳିଥାଇ।

  

 ପ୍ରସନ୍ନ ବଦନ ପାପ ବିନାସନ

  ପ୍ରସାଦ ଅପୂର୍ବ ଖିରୀ

ସେଥିପାଇଁ ପ୍ରଭୁ ଦେହରେ ଫୋଟକା

 ଏବେ ହେଉଅଛି ବାରି। 


ଲୀଳାମୟଙ୍କର ମାନବୀୟ ଲିଳା

  କିଏ ବା ପାରିବ କଳି

ପଟଦିଅଁ ହୋଇ ନମୋ ନାରାୟଣ

   ଅଲାରନାଥ ରେ କେଳି। 


ଚୈତନ୍ୟଭେଟିଲେ ଅଲାର ନାଥରେ

   ଅପେକ୍ଷାକୁ ହତ କରି

ଶୀଳାରପଦ୍ମରେ ପ୍ରଭୁ କମନୀୟ

 ଅଣସର ଲୀଳାସ୍ଥଳୀ। 


ଅଲବିନ୍ଦାଚାର୍ଯ୍ୟ ଭକ୍ତିରନାମକୁ

 ପ୍ରଭୁ ସ୍ୱକୃତିରେ ଦେଇ

କାଳର ଛାତିରେ ଗାର କାଟିଦେଲେ

  ଭକ୍ତିର ମାର୍ଗ ଦର୍ଶାଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics