ବହି
ବହି
ଏମିତି ଏକ ଅମ୍ରୁତଲଗ୍ନରେ
ସୁନ୍ଦର ସୁରଭିତ ପ୍ରସ୍ଫୁଟିତ
ପାରିଜାତ ପୁଷ୍ପ ପରି ବହି
ସଦାସର୍ବଦା ରେ ସଂଯୋଜିତ
କଲ୍ୟାଣ ପାଇଁ ମର୍ତ୍ତ୍ଯରେ।
ବହି ତ ସବୁବେଳେ
ଭାଇ ବନ୍ଧୁ କୁଟୁମ୍ବ ସହିତ
ପ୍ରାଣ ମନ, ବୁଦ୍ଧି ବିବେକ ଆହ୍ବାନ
ନିଖିଳ ଚେତନା ଦିଗରେ।
ପଢିଦେଲେ ଜ୍ଞାନ
ଲେଖିଦେଲେ ପ୍ରେମ
ଥାପି ଦେଲେ ଧର୍ମ
ସଦାନନ୍ଦ ଅକ୍ଷର ଅକ୍ଷରେ।
ଜଡ ଜୀବର ସଂଗମ
ମହତ୍ତର ଅମୂଲ୍ଯଆହ୍ୱାନ
ବେଦନା ଓ ସମବେଦନାର
ନୀରବ ନୀଖୁଣ ସଂପର୍କ ରେ।
ବହି ତ ହିରଣ୍ୟ ଗର୍ଭ
ସ୍ୱସ୍ତିକ ଆସ୍ତିକ ଅର୍ଘ୍ୟ
ଶବ୍ଦକୁ କାନଡେରିଥିବା
କୋମଳ କୁହୁକ ଗାମ୍ଭୀର୍ଯ୍ୟ
ଜୀବନର ସାଥି ସହିତରେ।
କାରଣ ଅକାରଣର ବିଶ୍ବାସ
ଆସ୍ଥା ଓ ସାମର୍ଥ୍ଯ କୁ ନେଇ
ବହିର ସାହିରେ ସ୍ୱପ୍ନ
ନିତି ଉଠେ ନିତି ଫୁଟେ
ସୀମାହୀନ ଦରିଆକୁ ଛୁଇଁ
ଆଟୋପର ବେଳାଭୂମିପରେ
ପ୍ରତୀକ୍ଷାରେ ଭାଷା ହୋଇଯାଏ
ଶିକ୍ଷା ସଂସ୍କୁତି ର ଝଙ୍କାରରେ।
