STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ରୂପ ଯୌବନ ଦୁଇ ଦିନିଆ

ରୂପ ଯୌବନ ଦୁଇ ଦିନିଆ

1 min
379


ମଣିଷ ଜୀବନ ନୁହେଁ ଚିର‌ଦିନ କ୍ଷଣ ଭଙ୍ଗୁର

ଯମ ନବୁଝଇ ବାଳୁତ ଯୌବନ ଅବା କା'ର ବୃଦ୍ଧ କାଳ

ଏତ ଦୁନିଆର ରଙ୍ଗମଞ୍ଚ,

ଅଭିନୟ ଶେଷେ ଅଭିନେତା ଯଥା

କିଏ ଆଗ କିଏ ପଛ ।।


ମଣିଷ ଜୀବନ ପଣି ଫୋଟକାରେ “ପଦ୍ମ ପତ୍ରର-

ଜଳ ସମ” ଟଳଟଳ ହେଉଥାଏ ଜୀବନ ପବନ ଖେଳ

ସେତ ଅସ୍ଥିର ଚଳଚଞ୍ଚଳ,

ବୁଝିବା ଦୁରୁହ ବ୍ୟାପାର ଏମିତି

ପ୍ରାରବ୍ମ କର୍ମର ଫଳ ।।


ମଣିଷ ଜୀବନ ବିତଇ ଯେମିତି ସତ୍ୟୁରୁ କଳି

ତେମନ୍ତ ପ୍ରକାରେ ମଣିଷ ଜୀବନ ଶିଶୁ ଆଉ ଶେଷ କଳି

ଶିଶୁ ଭଗବାନ ନିରାମୟ,

ତ୍ରେତାରେ ଶ୍ରୀରାମ ସମାନ ବାଳୁତ

ନିରଳସ ଅଭ୍ୟୁଦୟ ।।


ଦ୍ଵାପରେ ପ୍ରଚଣ୍ଡ ଯୌବନର ଗର୍ବ ମଦ୍ଦମତ୍ତ ସେ

ରୂପ ଯୌବନର ଉଦ୍ଦାମ ଉତ୍ତାଳେ ଅନ୍ଧାର ଅଜ୍ଞାନ ବଶେ

ପୃଥୀ କ୍ଷଣେକ୍ଷଣେ ହୁଏ ଆନ, 

ଫୁଲ ଯେହ୍ନ ବୃନ୍ତୁ ଝାଉଁଳି ପଡଇ

ପ୍ରାତୁ ସଞ୍ଜ ବ୍ୟବଧାନ ।।


ଯେହ୍ନେ ମଦ୍ଦମତ୍ତେ କୁରୁବଂଶ ଜବନିକା ପଡିଲା

ଯେହ୍ନେ ସିନ୍ଧୁ ଜଳେ ଗରବ ଉତ୍ତାଳେ ଜଦୁ ବଂଶ ଧ୍ଵଂସ ହେଲା

ତେହ୍ନ ନଥିବ‌ ରୂପ ଯୌବନ,

ଅକାରଣେ ମନ ହୁଅଇ ଉଛନ୍ନ

(ଏତ)ବେଙ୍ଗ ବେଙ୍ଗୁଲୀ ବଚନ ।।


ବେଙ୍ଗ କହେ ବେଙ୍ଗୁଲୀ ଲୋ ପୃଥୀ କ୍ଷଣକ୍ଷଣ କେ ଆନ

ଯୌବନାନ୍ତେ ବୃଦ୍ଧ ମୃତ୍ୟୁ ଊପଗତ ଏହିତ ତୋର ଜୀବନ

ଏହା ବିଧିର ସତ୍ୟ ବିଧାନ,

ଅଢେଇ ଦିନକୁ ମିଛ ବଡେଇରେ

କର ସତ୍ୟର ସନ୍ଧାନ ।।


ଭରା ଯଉବନ ରାକା ରଜନୀର ଉଆଁସ ଜହ୍ନ

ଚୋରା ଚଇତର ଫଗୁଣ ସମୀର ମଳୟ କି ସବୁଦିନ

ନୁହଁ କୁସମ ଶୋଭା ବି ସ୍ଥିର,

କାମ ଫୁଲଶର ନୁହେଁ ଚିରନ୍ତନ

ଅଚିରେ ହୁଅଇ ଯୂର ।।


ନକର ବଡେଇ ଆରେ ନବଘନ ବାଳୁତ କାଳୁ

ଧନ ଧର୍ମ ଅର୍ଜି ଜୀବନ ସାର୍ଥକ କର ତୁ ଶେଷ ବେଳକୁ 

ଆଉ ରୂପ ଯୌବନର ମୋଦେ,

ନକର ଗରବ ବେଳ ଥାଉଥାଉ

ଚାଲରେ ସତ୍ୟର ପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational