ମୁଁ ଓଡ଼ିଆ
ମୁଁ ଓଡ଼ିଆ
ମୁଁ ଓଡିଆ
ପରାଣ ମୋତେ ଦେଇଛି କାଳିଆ
ମୋ ଜାତି ପାଇଁ
ନିଜ ନିଖୁଣ କୃତି କୁ ପଛରେ ପକାଇ
ସମୁଦ୍ର କୁ ଲମ୍ପ ଦେଇପାରେ
ମୁଁ ସେହି ଓଡ଼ିଆ , ସେହି ଧରମା
ମୁଁ ନେବା ଶିଖିନି
ଜାତି ପ୍ରେମ ମୁଁ ବାଣ୍ଟିପାରେ I
ଶତ୍ରୁ ର ଗୁଳି କୁ ଡ଼ରିନି
ମୃତ୍ୟୁ କୁ ଭ୍ରୁକ୍ଷେପ କରିନି
ଡଙ୍ଗା ରେ ପାରି କରାଇବିନି
ମୁଁ ବାଜି ରାଉତ
ରେ ବିଦେଶୀ ସରକାର !
ନୁହେଁ ମୁଁ ତୋର ଗୋଲମ
ଜାତି ପ୍ରେମେ ବନ୍ଧା ମୋର ଜୀବନ
ଚାଟୁକାରୀ ମୁଁ ଶିଖିନି I
ଶତ୍ରୁ ଆଗେ ମୁଣ୍ଡ ନୁଆଁଇବିନି
ମୃତ୍ୟୁ କୁ ମୁଁ ଡରିନି
ଯାଉ ପଛେ ପ୍ରାଣ
ବଞ୍ଚୁ ଓଡ଼ିଆ ଜୀଵନ
ମୁଁ ଜଇ ରାଜଗୁରୁ
ମୋ ରକ୍ତ ମୋ ମାଟି ରେ ମିଶୁ I
ମୁଁ ସେହି ବକ୍ସି ଜଗବନ୍ଧୁ
ଖୋରଧା ଗଡ଼ ମୋର ପ୍ରାଣବିନ୍ଦୁ
ଡରିନି ତୋତେ ଶତ୍ରୁ ସରକାର
ଦମ ଥିଲା ଯଦି ସମ୍ମୁଖ ଯୁଧ୍ୟ
ପଛରୁ କାହିଁକି ମାରିଲୁ I
ମୁଁ ପୁଣି ସେହି ଗୋପବନ୍ଧୁ
ପ୍ରତି ଟି ଓଡ଼ିଆ ମୋର ପ୍ରାଣ ବିନ୍ଦୁ
ସାରା ଓଡିଶା ମୋର ପରିବାର
ଭ୍ରୁକ୍ଷେପ କରିନି ଗୋଟେ ପୁଅ ର ମୃତ୍ୟୁ
ବଞ୍ଚି ଯାଉ ଏ ଓଡ଼ିଆ ଜାତି
ସୃଷ୍ଟି ହେଉ ନିଃସ୍ୱାର୍ଥ ପରତାର ସିନ୍ଧୁ I
ମୁଁ ସେହି ଓଡ଼ିଆ ଷଣ୍ଢ
ନା ମୋର ବିଜୁ ପଟ୍ଟନାୟକ
ଶତ୍ରୁ କୁ ଦେଖେଇ ଦିନରେ ଲଣ୍ଠନ
ବାଞ୍ଚାଇଲି ମୋର ବନ୍ଧୁ ସୁକର୍ଣ
ଡରିନି କୁ ଶଳାକୁ
ଆଜି ବି ଡ଼ାକୋଟା
ଡାକ ଦେଇ କହେ
ବିଜୁ ଅପୂର୍ବ ଗାଥାକୁ ।
ମୁଁ ଓଡ଼ିଆ
ପରାଣ ମୋତେ ଦେଇଛି କାଳିଆ
ଗର୍ବ ମୋ ପାଇଁ ଓଡ଼ିଆ ଜାତି
ଅନୁରୋଧ କରି କହେ ପ୍ରିୟଦର୍ଶୀ
କୁନା କୁନି କୁ ଓଡ଼ିଆ ଶିଖାଅ
ଜାଣନ୍ତୁ ସମସ୍ତେ ଓଡ଼ିଆ
ଓଡ଼ିଶା ର କଳା ଓଡ଼ିଆ ଭାସ୍କର୍ଯ୍ୟ
ଓଡ଼ିଆ ବୋହୁ ଟି ବଢିଆ ।
