STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ବ୍ୟାସ କବି

ବ୍ୟାସ କବି

1 min
521


ଓଡ଼ିଆ ସାହିତ୍ୟର ସ୍ରଷ୍ଟା ତୁମେ ଫକୀର ମୋହନ

ତୁମରି ଗଳ୍ପ ଉପନ୍ୟାସ ମୋହି ନେଉଅଛି ମନ।

ଯେବେ ଓଡ଼ିଆ ଭାଷା ପଡିଥିଲା ଘୋର ସଙ୍କଟରେ ,

ଦେବଦୂତ ହୋଇ ଆସି ଭାଷା ବଞ୍ଚାଇଲ ଓଡ଼ିଶାରେ।

ମଲିକାଶ ପୁରେ ଜନ୍ମ ହୋଇଲ ଆହେ ବ୍ୟାସକବି,

ମକର ସଂକ୍ରାନ୍ତି ଶୁଭ ଲଗ୍ନରେ ତୁମକୁ ଝୁରିହେବି।

ସରଳ ବ୍ୟାକରଣ ଭାରତ ଇତିହାସକୁ ଲେଖିଥିଲ,

ଓଡ଼ିଆ ଗଳ୍ପର ଆଦିସ୍ରଷ୍ଟା ନାମ ତୁମେ ହିଁ ରଖିଲ।

“ଛ ମାଣ ଆଠଗୁଣ୍ଠ” ,ଲଛିମା, ପ୍ରାୟଶ୍ଚିତ ଲେଖିଲ,

ଡାକ ମୁନିସି ,ସୁନା ବୋହୁ ,ରେବତୀ ଗଳ୍ପ ରଚିଲ।

ତୁମ ଲେଖାରେ ଅନ୍ଧବିଶ୍ୱାସକୁ କରିଥିଲ ଦୂର,

ନାରୀ ଶିକ୍ଷା ନାରୀର ମହତ୍ତ୍ବ ତୁମେ କଲ ପ୍ରଚାର।

ଓଡ଼ିଆ ସାହିତ୍ୟର ସେନାପତି ହୋଇ ରହିଥିବ,

ତୁମରି ଆଶିଷରେ ଓଡ଼ିଆ ସାହିତ୍ୟ ଆଗକୁ ଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational