ଆସୁଛି ମକର
ଆସୁଛି ମକର
ଆସୁଛି ମକର ଚହଳ ପକାଇ
ସଜବାଜ ଆସ ହେବା ।
ନୂୂଆ ଅରୁଆ ଚାଉଳ ନୂଆ ଗୁଡ
କଦଳୀ କ୍ଷୀର ଆଣିବା ।୧।
ନଡିଆ ଅଦା ଶ୍ରୀକର୍ପୂର ମରିଚ
ସବୁ ସଜାଡି ରଖିବା ।
ମକର ପରବ ପାହାନ୍ତି ପହରୁ
ସ୍ନାହାନ ଆମେ ସାରିବା ।୨।
ସକାଳୁ ସକାଳୁ ସୁରୁଜ ଉଇଁଲେ
ମକର ଚାଉଳ କରି ।
ଜଗତର ଏକଚକ୍ଷୁ ସୁରୁଜଙ୍କୁ
ପୂଜିବା ଭାବରେ ବରି ।୩।
ଗୃହଦେବଦେବୀ ପୂଜିବା ମକର
ଚାଉଳ ଭୋଗ ଲଗାଇ ।
ମକର ମେଳାରେ ଯୋଗ ଦେବା ଯାଇ
ମେଳା ଲାଗିଥିବ ଯହିଁ ।୪।
ଲଭି ସାଧୁସଙ୍ଗ ମକର ମେଳାରେ
ଧନ୍ୟ ହୋଇବ ଜୀବନ ।
ମକର ପରବ ଆମ ଦେଶ ସାରା
ହୋଇବ ଏବେ ପାଳନ ।୫।
ରାଷ୍ଟ୍ରୀୟ ପର୍ବ ଏ ଭାରତୀୟଙ୍କର
କୃଷି ଅମଳ ପରବ ।
ଦକ୍ଷିଣ ଭାରତେ ପୋଙ୍ଗଲ କହନ୍ତି
ଆଦିବାସୀ ଟୁସୁ ପର୍ବ ।୬।
ଭୋଜିଭାତ ନାଚଗୀତେ ଆଦିବାସୀ
ପାଳନ୍ତି ଏଇ ପରବ ।
କେହି କେହି କହିଥାଆନ୍ତି ଏହାକୁ
ଗୁଡି ଉଡାଇବା ପର୍ବ ।୭।
କେହି କେହି ଝିଅ ମକର ବସନ୍ତି
ଏଇ ପରବ ଦିନରେ ।
ମକର ପରବ ହୁଏ ତୀର୍ଥସ୍ଥଳେ
ଦେବଦେବୀଙ୍କ ମନ୍ଦିରେ ।୮।
ଆମ ଓଡ଼ିଆଙ୍କ ଗର୍ବ ଗଉରବ
କାଳିଆ ଠାକୁରଙ୍କର ।
ମକର ଚୌରାଶୀ ବେଶ ହୋଇ
ଭୋଗ ଲାଗେ ଚାଉଳ ମକର। ୯।
ଭାଇଚାରାର ଏ ମକର ପରବ
ପୂଜା ସାରି ଖିଆଖେଇ ।
ହୁଅନ୍ତି ମକର ଚାଉଳ ଆନନ୍ଦ
ଉଲ୍ଲାସ ପରବ ଏଇ ।୧୦।
ଏଇ ଦିନ ସୂର୍ଯ୍ୟ ଉତ୍ତରାୟଣକୁ
ଚଳନ କରି ଥାଆନ୍ତି ।
ଦିନ ବଡ ହୁଏ ସେଥିପାଇଁ
ମକରରୁ ବକର କହନ୍ତି ।୧୨।
ମକର ମିଳନ ଆସର ଜମିବ
ସାରସ୍ବତ ସମାରୋହ ।
ହୋଇବ ପାଳନ କବି ଭାବେ
ଭାବ ଲାଗିରହୁ ଅହରହ। ୧୩।
