STORYMIRROR

Nalini kanta Padhi

Inspirational

4  

Nalini kanta Padhi

Inspirational

କୃଷକ

କୃଷକ

1 min
423


ମୁଁ ଏକ ଅଜଣା ପଥିକ ଆଜି

ଯନ୍ତ୍ରଣାସିକ୍ତ ଓ କଣ୍ଟକିତ ପଥରେ

ଜାଣେନି, 

ମୁଁ ଆସିଛି କୁଆଡୁ

 ଆଉ ,ଯିବି କୁଆଡକୁ ?


ଯଦିଓ, ମୁଁ ମୋତେ

 ଶେଷ କରିଦେବା ଆଗରୁ 

ମନରେ ବୁଦ୍ଧିଟିଏ ଆସେ

ବୁଝି ପାରେମୋତେ

ମୋ ସକ୍ଷମତାରେ

 ଆଉ ,

ରକ୍ଷା କରେ ଜଗତକୁ,

 ସୁଦୃଢ କରେ

 ମନ ,ହୃଦ ଓ ଆତ୍ମାକୁ l


ଆଜି କାହିଁକି ପୁଣି

ଏକା ଏକା ଆସି

 ମୁଁ ବସେ 

ଏକ ମୁନିଆ,

 ଆବୁଡ଼ ଖାବୁଡ଼ ପଥର ଉପରେ

ଶୂନ୍ୟତା କୁ ଆବୋରିଥିବା

 ଆକାଶ ଆଡେ ଚାହିଁ ?


ଅଥଚ, 

ମୋତେ କେହି ଅନାନ୍ତି ନାହିଁ

କି କିଛି ବି ପଚାରନ୍ତି ନାହିଁ

ଯଦିଓ,ମୁଁ

 ସମସ୍ତଙ୍କୁ ସୁରକ୍ଷାକରେ

 ଓ ସେବାରେ ଲାଗିଥାଏ

ଦିନରାତି

ପ୍ରକୃତିର ଓ ପରିବେଶର

ଦୁଃଖ ସବୁ ଆକଣ୍ଠ ପାନ କରି ।


କାହିଁକି ତ 

କେହି ମୋତେ ପଚାରନ୍ତି ନାହିଁ

କିପରି ଅଛ,

ସରକାରୀ ଋଣ ପାଇଲ କି ନାହିଁ

ଏସନ, ସବୁ ଠିକ ଅଛି କି ନାହିଁ,

କିଛି ସମର୍ଥନ ଦିଅନ୍ତି ନାହିଁ 

କି ଟିକିଏ

 ପ୍ରଶଂସା କରିବା ତ ଦୂରେ ଥାଉ,

ମୋ ଆଡେ ଅନାନ୍ତି ନାହିଁ !


ସବୁଠି ଯେମିତି

ରାଜନୀତିର ଛତ୍ର ଛାୟାତଳେ

ବିଚିତ୍ର କାରସାଦି

ଅଙ୍କାବଙ୍କା ନଈ ଧାର

 ଗତିର ଚିତ୍ର ଓ ଚରିତ୍ର

ସବୁଠି ଛକ।ପଞ୍ଝା 

ନୀତି ଅନୀତିର ଖେଳ

ଆଉ, ମୋ ଜୀବନ

ଦୁଃଖ ଛଳ ଛଳ ।



Rate this content
Log in

Similar oriya poem from Inspirational