STORYMIRROR

Nalini kanta Padhi

Inspirational

4  

Nalini kanta Padhi

Inspirational

ବରଗଛ

ବରଗଛ

1 min
157

 ନଳିନୀ କାନ୍ତ ପାଢ଼ୀ

 ଲମ୍ବା ଓହଳ ଝୁଲୁଛି ଯେ ଝୁଲୁଛି
 ପିଲା ଖେଳୁଛନ୍ତି ଦୋଳି ll

  ବୟସ ବଢିବଢି ଯାଏ
 ବଢେ ଦାଢ଼ି, ପାଚେ ଦାଢ଼ି
 ଓହଳ ପରି ଲମ୍ବେଇ ଯାଏ ସମୟ
 ଛିଡ଼ିଛିଡି ଯାଏ ଆୟୁଷ ll

  ବ୍ୟଗ୍ରତା ଦେଇପାରେ ଆଶ୍ରୟ
 ଆଦରି ପାରେ ସଭିଙ୍କୁ
 ବିରାଟତ୍ତ୍ୱକୁ ଆବୋରି,
ମହୀୟାନ ସାଜି
ତଥାସ୍ତୁର ହାତ ବଢ଼ାଇ
 ପାରେ ଈଶ୍ୱର ପରି ll

 ଯଦିଓ ଏ ମଣିଷ ସାଜି ସ୍ୱାର୍ଥପର
 ଭଲ ପାଇବାର ନାଟକ ରଚେ
 ପାରେ ନାହିଁ ବୁଝି ଜଗତର ରହସ୍ୟ,
ଭଲପାଇବାର ଅନ୍ଧ
ଅନ୍ଧାରରେ ହେଉଥାଏ ବାଇ!!

 ଛାଇ, ଆଶ୍ରୟ ଓ ଅମ୍ଭ୍ଳଜାନ
ଦାନର ମୂଲ୍ୟ ତଉଲିବାକୁ,
ମାଟି ମନସ୍କ ଆବେଗତାକୁ
ବୁଝିବାକୁ ତର କାହିଁ??

 ତୁମେ ବୁଝ ବା ନ ବୁଝ,
କର୍ତବ୍ୟର ବାଟ ମୋ ପାଇଁ ଶ୍ରେଷ୍ଠ ବାଟ
 ଜୀବନ ତ୍ୟାଗର ମହତ୍ୱ ମୋ ପାଇଁ ସ୍ୱର୍ଗ ll

 ହୃଦୟ ସ୍ନେହ ମମତାର
 ଉଛୁଳା ନଈ ସାଜି
 ଆବେଗମୟ ଅନ୍ତରଙ୍ଗତାରେ
 ସଭିଙ୍କୁ ଛୁଇଁ ଛୁଇଁ ଯିବା
 ମୋ କାମ,
ଆତ୍ମା ଆତ୍ମାର ସମ୍ପର୍କରେ
 ହେବା ସମ୍ପର୍କିତ ll

   ଗୋଶାଣୀବିନ୍ଧା, ଜଗାଇ,
ପ୍ରତାପପୁର, ବାଲେଶ୍ୱର 756083


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational