STORYMIRROR

Nalini kanta Padhi

Inspirational Others

4  

Nalini kanta Padhi

Inspirational Others

ରହସ୍ୟମୟ ଶୀତ

ରହସ୍ୟମୟ ଶୀତ

1 min
314

ରହସ୍ୟମୟ ଶୀତ କଣ ଧରିଛି

ହାତ ପତରରେ

କାକର କି ??


ହଁ, ମୁଁ ଜାଣେ

ଶୀତ ଥରଥର ମଣିଷ

ବିଛଣାରୁ ଉଠିବା ଆଗରୁ

ସୂର୍ଯ୍ୟ ସହ ମିଶି ଫିଙ୍ଗିବ

ମୁକୁତାର ଜ୍ୟୋତି,

ଆଉ,ନିଜକୁ ନିଜେ କହିବ

ମୁଁ ଧନୀ, ହଁ ବେଶ ଧନୀ ll


ଦେଖ, ସର୍ବତ୍ର କିମିତି

ଖେଳୁଛି କଅଁଳ ଖରା

ଶୀତକୁ ଖାତର ନ କରି

କିପରି ଖୋଲା ଆକାଶରେ

ଉଡିଯାଉଛନ୍ତି

ଦଳ ଦଳ ପକ୍ଷୀ

ଗୀତ,ଗୀତ ଗାଇ ଗାଇ ??


ଜୀବନ, ଫିଟି ପଡିଛି

ଗଙ୍ଗଶିଉଳିର

ମେଞ୍ଚା ମେଞ୍ଚା ଗାଲିଚା ଉପରେ

ଗେଣ୍ଡୁ ହାତ ଠାରି ଡାକୁଛି

ଆସ, ଯିବା ମନ୍ଦିର ଦର୍ଶନରେ ll 


ଶୀତ, ଦେଖ କିପରି

କବିକୁ ବାଧ୍ୟ କରୁଛି

ଲେଖିବାକୁ ଗୀତ ଓ କବିତା 

ଶୀତ, ଗୋଟାଏ ରହସ୍ୟମୟ ନାରୀ

ଭୁଲଉଛି ଦେଖାଇ

ଯାଦୁକରୀ ମାୟା ର

ମନଲୋଭା ଛାଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational