କୁହୁଡି
କୁହୁଡି
ସକାଳେ କୁହୁଡି ହେଲେ
ଦିଶେନି ସବୁଜ ପୃଥିବୀ
ସବୁଠି ଝାପ୍ସା ଝାପ୍ସା
ସମୁଦ୍ରର ନକ୍ସା ବୋକା ପରି l
ସମୁଦ୍ର ପହଁରା
ହଁ, ଜୀବନ ବୋଧେ
ଏଇ ଛଳ ସମୁଦ୍ରରେ
ଭାସେ ବୁଝିବା ନବୁଝିବାର l
ଚେତନା ଭିତରେ ଆମ୍ବ ବଉଳ
ପୋଡେ,ଖସେ ସମୟ ନାଚେ
ଘୋଡା ନାଚ ଆଉ,ବେଳ
ଗଡ଼ିଗଲେ ବୁଝିହୁଏନି କିଛି
କେବଳ ହସୁଥାଏ
ମନଭୁଲା ପୃଥିବୀ ।
