ଶାନ୍ତି
ଶାନ୍ତି
ମେଘ ପରେ ତୀକ୍ଷ୍ଣ ଖରା
ଭାଙ୍ଗି ଦେଉଛି
ଓଦା ସର ସର ମନ
ଜୀବନ ଯେମିତି
ଅଂଶୁଘାତ ଦ୍ୱାରା ବନ୍ଦୀ
ମୁକୁଳିବାକୁ ଆଉ ନାହିଁ ବାଟ l
ଯେମିତି ଖରା ଡରାଉଛି,ଏକ ବାଘ l
ଶରତ ଆସିବ ଆସିବ
ପାରୁନାହିଁ ଆସି, କାଶତଣ୍ଡୀ ବିଂଚୁନି ଚଉଁର
ବର୍ଷା ଯିବ ଯିବ
ପାରୁନାହିଁ ଯାଇଲଘୁଚାପ ଦେଇଛି ଅଟକି
ଖରା ମଝିରେ ମଝିରେ
ଦେଖାଉଛି ଛଇ l
ସମୟ ଆଉ ଋତୁଚକ୍ର ଭିତରେ
ବୋଧେ ଆତଯାତ ନୁହେଁ
କିପରି ବଦଳିଯାଇଛି
ଆମର ଏ ସୁନ୍ଦର ପୃଥିବୀ,
ପରିବେଶ ନାହିଁ ଆଉ ଭଲ
ଗଛ କମି, ଜନ ସଂଖ୍ୟା ବଢ଼େ ଅହରହ l
ବିଜ୍ଞାନର ଅଗ୍ରଗତି ହେଲେବି
ଜୀବନ ସଦା ଆତଙ୍କିତ,
ମୃତ୍ୟୁର ଭୟରେ l
ୟୁକ୍ରେନ ରୁଷିଆ,
ଚୀନ ଓ ଟାଇୱାନ,
ଆମେରିକା ଇରାକ,
ଭାରତ ପାକିସ୍ଥାନ ଭିତରେ
ଏ କିଲୋଭ ଓ ହିଂସାର ଖେଳ
କୁତ୍ସିତ ସାମ୍ରାଜ୍ୟ ବାଦ
ଓ ଆତଙ୍କବାଦର ନଗ୍ନ ବିଭୀଷିକା l
ଜୀବନ ଯାତ୍ରl ରୁ
ଯେମିତି ହଟିଯାଇଛି
ସ୍ନେହ ଓ ମମତା
ପଡୋଶୀ ଆଉ
ପଡୋଶୀ ଭିତରେନାହିଁ
ସଦଭାବନା ଓ ସତ ସମ୍ପର୍କର ଡୋର l
ବିଶ୍ୱ ଆତଙ୍କିତ,
ପରମାଣୁ ବୋମାର
ହlକିମାତି ଚେହେରା ଭିତରେ
ମାନବିକତା
ଗାଉଛି ନଷ୍ଟ ଚରିତ୍ର ଗୀତ l
ହଁ, କିପରି ବଦଳିଯାଇଛି ସବୁଠି??
ଆଉ,ତ୍ରସ୍ତ ମଣିଷ
ପରିବେଶ ଉପରେ ଲେଖୁଛି
ତପ୍ତ ଧରାର ଅସରନ୍ତି ଗଳ୍ପ ଓ କାହାଣୀ l
ଆଉ, କାଟୁଛି ନିଶବ୍ଦରେ ନିଜର ଗୋଡ଼
ଟାଣୁଆ କାତିରେ
ପାରୁ ନାହିଁ ଜାଣି
ରହି ଏକମାୟାର ସହରେ l
ଜୀବନ ଯଦି ଜୀବନ ନୁହେଁ
ନ ଶୁଭେ ଯଦି
ଶାନ୍ତି ଓ ପ୍ରଶାନ୍ତି ର ମହାନାଦ
ନ ଶୁଭେ ଯଦି ଦିବ୍ୟ ବାଣୀ
ନିତ୍ୟ କର୍ଣ୍ଣ ଧାରେ
କିପରି ବଂଚିବ ଏଠି ମଣିଷ
ସପ୍ତ ସ୍ୱର ଗୀତ ଗାଇ ଗାଇ ?
ହଁ, ଏଠି
ବଦଳାଇବାକୁ ହେବ ସବୁକିଛି
ପ୍ରକୃତିକୁ ପାଇବାକୁ ହେବ ଭଲ
ମା ପରି
ଜୀବନର ମାନେ ବୁଝି
ଉଡାଇବାକୁ ହେବ ଶାନ୍ତିର ପତାକା
ଭାଇବନ୍ଧୁ କୁଟୁମ୍ବର ଭାବ ଆଣି
ଗାଇବାକୁ ହେବ ବିଶ୍ୱ ଶାନ୍ତିର ମହାବାଣୀ
ଗାନ୍ଧୀ ଗୀତର ରାମଧ୍ୱନି l
