STORYMIRROR

Nalini kanta Padhi

Horror

4  

Nalini kanta Padhi

Horror

ଯଦି ଏବେ ଯୁଦ୍ଧ ହୁଏ

ଯଦି ଏବେ ଯୁଦ୍ଧ ହୁଏ

1 min
20


 ନଳିନୀ କାନ୍ତ ପାଢ଼ୀ

 ଯଦି ପଡୋଶୀ ସହଏବେ ଯୁଦ୍ଧ ହୁଏ
 ଏଇ ଆତଙ୍କବାଦକୁ ନେଇ
 ତେବେ କଣ ହେବ ଜଳ, ସ୍ଥଳ
 ଓ ଆକାଶର ସ୍ଥିତି
 ସୈନିକମାନଙ୍କର ଅବସ୍ଥା
ଯେଉଁଠି ବୋମା ପଡିବ ସେ ସହର
 ଓ ଲୋକମାଙ୍କର ଅବସ୍ଥା କଣ ହେବ??

 ଯେଉଁ ମାନେ ଧର୍ମ ନାମରେ ଖେଳୁଛନ୍ତି ରକ୍ତର ହୋଲି ଆତଙ୍କ ଖେଳାଉଛନ୍ତି ବିଶ୍ୱରେ ନିରୀହ ମଣିଷ ମାରି ଉଡାଉଛନ୍ତି ବିଜୟର ବାନା ସେମାନେ କଣ ମଣିଷ ଈଶ୍ୱର ଦୃଷ୍ଟିରେ??
 ମଣିଷର ତ ଜାତି, ଧର୍ମ, ବର୍ଣ୍ଣ ନାହିଁ,
ଈଶ୍ୱରଙ୍କର ବି l
ମଣିଷ ଜାତି ଓ ଧର୍ମ ନାମରେ ହିଂସା, ଦ୍ୱେଷ ଓ ଘୃଣା ଏ କି ଧର୍ମ
ପୁଣି ଶିଖାଉଛି ମାନବିକତା ବିଶ୍ୱକୁ??

 ଯଦି ଏବେ ଯୁଦ୍ଧହେବ, ଯଦି ଆତଙ୍କବାଦ ବନ୍ଦ ନ ହେବ କଣ ହେବ ବିଶ୍ୱର?

 ଗୋଟିଏ ବୋମା ପରମାଣୁ ବୋମା
 ଉଭୟ ଦେଶର ଶେଷ ସମ୍ବଳ
ହିରୋସୀମା ନାଗାସାକି ପରି ଶେଷଅବସ୍ଥା
 ଭୋଗିବାକୁ ତୟାର!!

 ଯଦି ଆତଙ୍କ ବାଦ କୁ ନେଇ ଯୁଦ୍ଧ ହୁଏ
 ତେବେ ଏ ଆଧୁନିକ ମଣିଷର ସମସ୍ତ ଆଶା, ଆକାଂକ୍ଷା,ଉଦ୍ଭାବନ ଓ ବୈଜ୍ଞାନିକ ସ୍ପର୍ଦ୍ଧା
 ବିବେକବାନ, ବୁଦ୍ଧିମାନ ମଣିଷର ଗର୍ବ ଓ ଅହଂକାର
 କଣ ହେବ ଯୁଦ୍ଧ ହେଲେ? 

 ଏଇ ସରଳତାକୁ ବୁଝି ସୁବିଧା ଖୋଜୁଛି ଆତଙ୍କବାଦୀ ବାରମ୍ବାର??

 ଆତଙ୍କବାଦୀ ଆଧୁନିକ ଯୁଗର ରାକ୍ଷସ, ସେ ରାବଣ,ସେ କଂସ ସେ ଆଧୁନିକ ବିଶ୍ୱର ପରମ ଶତ୍ରୁ ll

 ଯଦି ଆତଙ୍କବାଦ କୁ ନେଇ ଯୁଦ୍ଧ ହୁଏ
ତେବେ କଣ ହେଵ ଆମର,ପଡୋଶୀର ଓ ବିଶ୍ୱର??

 ଚାଲ ଏବେ ଏ ବିଶ୍ୱକୁ ଧ୍ବଂସ କରିବା
ଆତଙ୍କବାଦୀଙ୍କୁ ଧ୍ବଂସ କରି
ଚାଲ ଏବେ ଅଜସ୍ର ଦୁଃଖ ଭୋଗିବା
ସେମାନଙ୍କୁ ନେଇ
ଚାଲ ତାଙ୍କୁ ମରିବା ଓ ସେମାନେ ଆମକୁ ମାରିବେ
ଏଇ ଖେଳ ଚିରଦିନ ଖେଳିବା
ଲୁଚକାଳି ଖେଳ
ନିଜକୁ ବଡ଼ କରାଇ ହୁଏତ
ଆଉ ଜାତି ରହିବନି, ଧର୍ମ ରହିବନି,
ରହିବନି ଗର୍ବ ଓ ଅହଂକାର
 ରହିବନି ଦେଶ, ମଣିଷ ଏ ସୁନ୍ଦର ଧରା,
ଜୀବଜଗତ।।

 ତେବେ ତୁମେ କୁହ
 କିଏ ରହିବ ଶେଷରେ
ଏ ଧରାରେ??


 ଗୋଶାଣୀବିନ୍ଧା, ଜଗାଇ, ପ୍ରତାପପୁର, ବାଲେଶ୍ୱର, 756083 9777514576


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror