STORYMIRROR

Bharatabandhu Biswal

Horror Action

4  

Bharatabandhu Biswal

Horror Action

କାଳିଜାଇ ଦର୍ଶନ

କାଳିଜାଇ ଦର୍ଶନ

1 min
590



ଭୂବନେଶ୍ୱର ରୁ କିଛି ସାଙ୍ଗ ସାଥି

ବାହାରିଲୁ ହୋଇ ମେଳି

ଲକ୍ଷ୍ୟ ରଖିଥିଲୁ ଯିବୁ କାଳିଜାଇ

ଦେଖିବୁ ତାରାତାରିଣୀ ।

ଚିଲିକା କୂଳରେ ବାଲୁଗାଁ ଠାରେ

ଅଟକିଲା ଆମ ଗାଡ଼ି

ଦେଖିଲୁ ସେଠାରେ ମଟର ଚାଳିତ

ବୋଟ ଧାଡ଼ିକୁ ଧାଡ଼ି ।

ଜୀବନ ସୁରକ୍ଷା ଜ୍ୟାକେଟ ପିନ୍ଧିଣ

ସନ୍ତର୍ପଣେ ପାଦଚାପି

ଜେଟି ପରେ ଚଢ଼ି ବସିଲୁ ଆସନେ

ପଟୁଆ ରେ ସବୁ ସାଥି ।

ଚିଲିକାର ନୀଳ ଜଳରାଶି ମଧ୍ୟେ

ଡଙ୍ଗା ଯାଉଥିଲା ଭାସି

ବଢୁଥିଲା ଆମ ଆଗ୍ରହ ଉତ୍କଣ୍ଠା

ମନ ଲାଗୁଥିଲା ଖୁସି ।

ଗାଉଥିଲୁ ଗୀତ ମନ ଆନନ୍ଦରେ

ଦେଖୁଥିଲୁ ଦୃଶ୍ୟ ରାଜି

ହ°ସ ହ°ସରାଳି ଜାତି ଜାତି ପକ୍ଷୀ

କରୁଥିଲେ ଜଳକେଳି ।

ଛାୟାଚିତ୍ର ପ୍ରାୟ ଦିଶୁଥିଲା ଦୂରୁ

ପାରିକୁଦ ଓ ମାଲୁଦ

ନିଳାମ୍ବୁ ଚିଲିକା ଦୃଶ୍ୟ ମନୋରମ

ଦର୍ଶକ ହୁଏ ବିଭୋର ।

p>

ସବୁଜ ସୁନ୍ଦର ଛୋଟ ଏକ ଟାପୁ

ପାହାଡ ଉପରେ ସ୍ଥିତ

କାଳିଜାଇଙ୍କର ସୁଦୃଶ୍ୟ ମନ୍ଦିର

ଅଟଇ ବଡ଼ ବିଖ୍ୟାତ ।

ଅଛି ଜନଶୃତି କାଳିଜାଇ ନାମ୍ନି

ସୁକୁମାରୀ ଭୁଆସୁଣୀ

ପିତାଙ୍କ ସହିତ ଯାଉଥିଲା ନିଜ

ଶାଶୁଘର ଲେଉଟାଣି ।

ହଠାତ ଆସିଲା ଦୁର୍ଭାଗ୍ୟକୁ ଝଡ଼

ବୁଡିଗଲା ଦେଶୀ ନାଆ

ସଲୀଳ ସମାଧି ଲଭିଲା ଅକାଳେ

ନିରୀହା ବାଳୁତା କନ୍ୟା ।

ସେ ଦୁଃଖଦ ସ୍ମୃତି ରହିଛି ଜୀବନ୍ତ

ଲୋକଙ୍କ ହୃଦୟ ମନେ

କାଳିଜାଇ ସ୍ୱର ଶୁଣିଛନ୍ତି କିଛି

ନାଉରୀ ଓ ଅନ୍ୟ ଜନେ ।

ଦେବୀ ରୂପେ ସେହି ନିକାଞ୍ଚନ ସ୍ଥାନେ

ରହିଛନ୍ତି କାଳିଜାଇ

ଉଦ୍ଧାର କରନ୍ତି ବିପଦ ଆପଦୁ

ଜନଶୃତି ଅଛି ରହି ।

ଆସିଥିଲୁ ଫେରି ଲେଉଟାଣି ପଥେ

ସାରି ଆମ ଦରଶନ

ରହିଛି ଅଭୁଲା ପ୍ରତ୍ୟକ୍ଷାନୁଭୂତି

ସୁଖଦ ପରିଭ୍ରମଣ ।

 



Rate this content
Log in

Similar oriya poem from Horror