STORYMIRROR

ଗଣେଶ୍ୱର ବେହେରା

Horror

4  

ଗଣେଶ୍ୱର ବେହେରା

Horror

ଶୁନ୍ ଶାନ୍

ଶୁନ୍ ଶାନ୍

1 min
344

ଶୁନ୍ ଶାନ୍ ରାସ୍ତା

ଶ୍ୱାନ ମାନଙ୍କ କର୍କଶ ଚିତ୍କାର 

ଅନ୍ଧାରର ବିକଟାଳ ଚଉହଦୀ 

ଛାତି ମୋର ଧଡ୍ ପଡ୍ ହେଲା

 ଆଗକୁ ପାଦ ନେଲି

ହଠାତ୍ ଦୁଲ୍ କିନା ଶବ୍ଦ 

ଶରୀରରେ ମୋ ଅଜଣା ଶିହରଣ 

ନିରବିଗଲା ମୋ ଚହଲାପଣ

ଜିଭଟା ଅଠା ଅଠା ଲାଗିଲା

ଲୋମ ସବୁ ଟାଙ୍କୁରି ଉଠିଲେ 

ନିଶ୍ଵାସ ଭୟରେ କୋକେଇ ଉଣ୍ଡାଳିଲା

ମୁଁ ଧିରେ ଧୀରେ ପଛଘୁଞ୍ଚା ଦେଲି

ବୁଲିକି ଧାଇଁବାକୁ ସାହସ ଜୁଟିଲାନି 

ସ୍ପନ୍ଦନ ମୋର ବୋଲ ମାନିଲାନି

ହଠାତ୍ ଏକ ଅଶରୀର ମାଡିଆସିଲା 

ବେଇମାନ ପବନାଟା ବି ଦାଉ ସାଧିଲା 

ଝଡ ହୋଇ ବତୀସବୁ ଲିଭିଗଲା

ଓଃ! କି ଭୟଙ୍କର କାଳରାତି

ଆଖି ବୁଜି ଭୁଇଁ ରେ ବସିପଡିଲି।

ଗମ୍ ଗମ୍ ଝାଳ ରେ ଭିଜିଗଲି 

ଛାତିର ଜୁଆର ରେ ନିଦ ମୋ ଭାଙ୍ଗି ଗଲା ।

 


 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror