ଶୁନ୍ ଶାନ୍
ଶୁନ୍ ଶାନ୍
ଶୁନ୍ ଶାନ୍ ରାସ୍ତା
ଶ୍ୱାନ ମାନଙ୍କ କର୍କଶ ଚିତ୍କାର
ଅନ୍ଧାରର ବିକଟାଳ ଚଉହଦୀ
ଛାତି ମୋର ଧଡ୍ ପଡ୍ ହେଲା
ଆଗକୁ ପାଦ ନେଲି
ହଠାତ୍ ଦୁଲ୍ କିନା ଶବ୍ଦ
ଶରୀରରେ ମୋ ଅଜଣା ଶିହରଣ
ନିରବିଗଲା ମୋ ଚହଲାପଣ
ଜିଭଟା ଅଠା ଅଠା ଲାଗିଲା
ଲୋମ ସବୁ ଟାଙ୍କୁରି ଉଠିଲେ
ନିଶ୍ଵାସ ଭୟରେ କୋକେଇ ଉଣ୍ଡାଳିଲା
ମୁଁ ଧିରେ ଧୀରେ ପଛଘୁଞ୍ଚା ଦେଲି
ବୁଲିକି ଧାଇଁବାକୁ ସାହସ ଜୁଟିଲାନି
ସ୍ପନ୍ଦନ ମୋର ବୋଲ ମାନିଲାନି
ହଠାତ୍ ଏକ ଅଶରୀର ମାଡିଆସିଲା
ବେଇମାନ ପବନାଟା ବି ଦାଉ ସାଧିଲା
ଝଡ ହୋଇ ବତୀସବୁ ଲିଭିଗଲା
ଓଃ! କି ଭୟଙ୍କର କାଳରାତି
ଆଖି ବୁଜି ଭୁଇଁ ରେ ବସିପଡିଲି।
ଗମ୍ ଗମ୍ ଝାଳ ରେ ଭିଜିଗଲି
ଛାତିର ଜୁଆର ରେ ନିଦ ମୋ ଭାଙ୍ଗି ଗଲା ।

