Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Horror Tragedy Action

4  

Bharatabandhu Biswal

Horror Tragedy Action

ପରିବେଶ ସଙ୍କଟ

ପରିବେଶ ସଙ୍କଟ

1 min
365


ବଢାଉଛି ଚିନ୍ତା   ଅଦିନିଆ ବାତ୍ୟା

     ଓଡ଼ିଶାର ପାଣିପାଗ

ନଭେମ୍ବର ଶେଷ   ଛାଡୁନି ଗରମ

    ଉଭାନ ହୋଇଛି ଶୀତ ।


ବୃଦ୍ଧି ପାଉଅଛି    ଅଙ୍ଗାରକ ଅମ୍ଳ

      ଉତ୍ତପ୍ତ ବାୟୁମଣ୍ଡଳ

ବଢୁଛି ଅବଧି    ଗ୍ରୀଷମ ପ୍ରକୋପ

     ତାପମାତ୍ରା ଅସମ୍ଭାଳ ।


ବରଷେ ପ୍ରବଳ   ସ୍ୱଳପ ସମୟେ

     ଅଦିନେ ଫାଟେ ବାଦଲ

ଜଳବାୟୁ ପାଗ    ନୁହେଁ ସ୍ୱାଭାବିକ

      ଉଚ୍ଛନ୍ନ ହୁଏ ସଙ୍ଗୀନ ।


ଦୂଷିତ କରୁଛି     ଆମ ପରିବେଶ

      ଶିଳ୍ପ କଳ କାରଖାନା

ଅବାରିତ ବଢେ   ଯନ୍ତ୍ର ଇ-ସାମଗ୍ରୀ

       ବ୍ୟବହାର ଆବର୍ଜନା ।


ଖଣିଜ ଖନନ    ବୃକ୍ଷ ଅବକ୍ଷୟ

      ରାସ୍ତାଘାଟ ବିନିର୍ମାଣ

ତାପଜ ବିଦ୍ୟୁତ   ଯାନ ଓ ବାହନ

      ବୃଦ୍ଧିକରେ ପ୍ରଦୂଷଣ ।


ବେଳ ଥାଉଁ ସର୍ବେ  ନହେଲେ ସଚେତ

       ଆସିବ ସଙ୍କଟ ମାଡି

ବିନାଶକୁ ଆମେ   କରିବା ଆହ୍ୱାନ

    ଭୋଗିବେ ଆଗାମୀ ପିଢ଼ି ।


ସବୁଜ ବଳୟ    ନୂତନ ଜଙ୍ଗଲ

     ବ୍ୟାପକ ବୃକ୍ଷରୋପଣ

ନଦୀ ପୁଷ୍କରିଣୀ    ଜଳାଶୟ ଉତ୍ସ

      ଉନ୍ନୟନ ସ°ରକ୍ଷଣ ।


ହେଉ ସୁଚିନ୍ତିତ   ଯୋଜନା ପ୍ରସ୍ତୁତ

     ରାଜ୍ୟ ମଫସଲ ନଗ୍ରେ

ଜନ ସହଯୋଗ   ସହଭାଗୀତାରେ

     ଚାଲୁ କାର୍ଯ୍ୟ ଅବିଳମ୍ବେ ।

          


Rate this content
Log in

Similar oriya poem from Horror