ବାତ୍ୟା ଆସୁଛି
ବାତ୍ୟା ଆସୁଛି
ଊଣେଇଶ ଅନେଶତ ମସିହା
ମହାବାତ୍ୟା କଥା ମନେପଡିଗଲେ
ଭୟରେ ମୋ କମ୍ପି ଉଠଇ ହିଆ ।
ଡିରେମ୍ବରେ କେବେ ବାତ୍ୟା ହେବାର
ପିଲାଟିରୁ ଆସି ବୁଢା ମୁଁ ହେଲିଣି
ଶୁଣି ନଥିଲା ଏ କାନ ମୋହର ।
ବିଲରେ ମୋ ଠିଆ ପାଚିଲା ଧାନ
ବରଷା ପବନ ଉଜାଡିବ ସବୁ
କିଏ କରିବ ମୋ କ୍ଷତି ପୂରଣ ।
ଡାକବାଜି ଯନ୍ତ୍ର ଛାଡୁଛି ରଡି
ବାତ୍ୟାଶ୍ରୟ ସ୍ଥଳ ସୁରକ୍ଷିତ ସ୍ଥାନ
ଚାଲିଯାଅ କଚା ଘରକୁ ଛାଡି ।
ସମୁଦ୍ର କୂଳିଆ ଘର ଯାହାର
ଭାସିଯିବ ସବୁ ଆଖି ପିଛୁଳାକେ
ମାଡି ଆସୁଅଛି ଉଚ୍ଚା ଜୁଆର ।
ପବନ ବହିବ ଅତି ପ୍ରଖର
ବଡ ବଡ ବୃକ୍ଷ ଟଳିବେ ରାସ୍ତାରେ
ଯିବା ଆସିବାରେ ବିପଦ ଘୋର ।
ସରକାରଙ୍କର ସତର୍କବାଣୀ
ଟିଭି ରେଡିଓରେ ପ୍ରସାର ହେଉଛି
ମାନିକରି ରୁହ ତାହାକୁ ଶୁଣି ।
ସୁଦୀର୍ଘ ସମୁଦ୍ର ତଟ ଆମର
ପ୍ରାକୃତିକ ଏହି ଝଡ ବାତ୍ୟା ଆମ
ହୋଇଗଲାଣି ଚିର ସହଚର ।