ଶଙ୍ଖା
ଶଙ୍ଖା

1 min

277
କୁଆଁରୀ କନ୍ୟାରୁ ସଧବା
କରେ ଏ ଶଙ୍ଖା ସିନ୍ଦୂର !
ସଧବାର ପରିଚୟ ଏ
ନବ ପ୍ରାଣ ସୃଷ୍ଟି ତା'ର !!
ସ୍ୱାମୀର ଆନ୍ତରଙ୍ଗତାର
ଚିହ୍ନ ଏଇ ଶଙ୍ଖା ସିନ୍ଦୂର !
ସ୍ନେହ ପ୍ରେମର ନିଦର୍ଶନ
ଯା'ହା ସତ୍ତା ତା'ର ସ୍ୱାମୀର !!
ସ୍ୱାମୀ ହର୍ତ୍ତା କର୍ତ୍ତା ବିଧାତା
ସ୍ୱାମୀ ତା'ର ଇଷ୍ଟ ଦେବତା !
ଶଙ୍ଖା ସିନ୍ଦୂର ! ତା' ସ୍ୱାମୀର
ସ୍ୱାମୀ ଆହ୍ଲାଦନ କ୍ଷମତା !!
Advertisement
>
ଶଙ୍ଖା ସିନ୍ଦୂର ଦମ୍ପତିର
ଦେହ ହୃଦ ସମୀକରଣ !
ଶାରୀରିକ ମାନସିକର
ଭାରସାମ୍ୟ ସନ୍ତୁଳନ !!
ଶଙ୍ଖା ଓ ସିନ୍ଦୂର ପତିର
ଶୌର୍ଯ୍ୟ ସୌଭାଗ୍ୟ ଆୟୁଷ !
ସଧବା ନାରୀର ଏଇତ
ସୁଖ ଶିରୀ, ଶିରୀ ଆଶୀଷ !!
ଶଙ୍ଖା ସିନ୍ଦୂର ନାରୀର
ସାଥୀ ଗତି ଆଉ ମୁକ୍ତି !
ଶଙ୍ଖା ସିନ୍ଦୂର ସହ ମରଣେ
ସୁଭାଗୀ ! ତା' ଶ୍ରେଷ୍ଠ ତୃପ୍ତି !!