STORYMIRROR

gopa bala

Abstract Children Stories Comedy

4  

gopa bala

Abstract Children Stories Comedy

ପୁଣ୍ୟ ପଞ୍ଚୁକ କାର୍ତ୍ତିକ

ପୁଣ୍ୟ ପଞ୍ଚୁକ କାର୍ତ୍ତିକ

1 min
444


କାର୍ତ୍ତିକ ମାସର ଶେଷ ପାଞ୍ଚଦିନ

ମହାପଞ୍ଚୁକର ନାମେ,

ସର୍ବଶ୍ରେଷ୍ଠ ପୂଣ୍ୟ ହୁଅଇ ଅର୍ଜ୍ଜନ

ସାତ୍ତ୍ତ୍ୱିକ ଭୋଜନ ପାନେ। 


ଏ ଅଟେ ପୁଣ୍ୟ ପଞ୍ଚୁକ

ବଗ ପଞ୍ଚୁକ,ମହା ପଞ୍ଚୁକ ଅଟଇ ଭୀଷ୍ମ ପଞ୍ଚକ। 

ବଗ ବି ଏମିତି ଏହି ପାଞ୍ଚଦିନ

ନିରାମିଶ ଖାଇ ରୂହେ,

ବିଜ୍ଞାନ ସମ୍ମତ କାରଣ ବି ଥାଏମାଛଙ୍କର ରୋଗ ହୁଏ

ଏଅଟେ ପୁଣ୍ୟ ପଞ୍ଚୁକ ।


ସର୍ବ ଦେବା ଦେବୀ ମର୍ତ୍ତ୍ୟକୁ ଆସନ୍ତି

ଦେଖିବାକୁ ନର କୃତ୍ୟ। 

ରାଜ୍ୟରକ୍ଷା ପାଇଁ ନିରୁତ୍ତର ହୋଇ

ଅନ୍ୟାୟର ସହାୟତା,

ଦେଲେ ବୋଲି ଭୀଷ୍ମଇଛାମୃତ୍ୟୁ ପାଇ

ପଡିଥିଲେ ମୃତ୍ୟୁଶଯ୍ୟା

ଏ ଅଟେ ପୁଣ୍ୟ ପଞ୍ଚୁକ ।


ସୂର୍ଯ୍ୟଙ୍କର ଗତି ଉତ୍ତରାୟଣରେ

ଭାଙ୍ଗଇ ବିଷ୍ନୁଙ୍କ ନିଦ। 

କୃଷ୍ନ ପରାମର୍ଶେ ପାର୍ଥ ନିଜ ତୀରେ

ଗଙ୍ଗା ଜଳ ଦେଲେ ବୋଲି,

ସେବେଠାରୁ ଅଛି ପ୍ରାତଃ ସ୍ନାନ ପୁଣ୍ୟ

ପଞ୍ଚୁକରେ ପ୍ରାପ୍ତ କରି। 


ଦେବୋତ୍ଥାପନ ଏକାଦଶୀଠାରୁ

ଲକ୍ଷ୍ମୀ ନାରାୟଣ ବେଶ,

ଦ୍ୱାଦଶୀ ତିଥିରେ ବାଙ୍କଚୂଡା ବେଶେ

ଅଥବା ବାମନ ବେଶ

ଏ ଅଟେ ପୁଣ୍ୟ ପଞ୍ଚୁକ ।

ତ୍ରୟୋଦଶୀ ତିଥି ତ୍ରିବିକ୍ରମଅବା

ହୁଅନ୍ତି ଆଡକିଆ ବେଶ। 


ଅବକାଶ ନୀତି ସମାପନ ପରେ

ସୁସଜ୍ଜିତ ଏହି ବେଶ,

ସକାଳଧୂପ ଓ ବାଳଧୂପ ପରେ

ମଇଲମେ ମଧ୍ୟାହ୍ନ ଧୂପ

ଏଅଟେ ପୂଣ୍ୟ ପଞ୍ଚୁକ

ପଞ୍ଚକର ଶେଷେ ବୋଇତ ବନ୍ଦାଇ

ଶେଷହୁଏ ଏ କାର୍ତ୍ତିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract