STORYMIRROR

Kumarlal Rana

Horror Others

4.5  

Kumarlal Rana

Horror Others

କୃଷକର ଦୁଃଖ

କୃଷକର ଦୁଃଖ

1 min
328


ଋଣ ଆଣି ଚାଷ କାମେ ଦେଇ ଅଛି ମନ l

 ହେବା ପାଇଁ ସପୂର୍ଣ୍ଣରେ ଭଣ୍ଡାର ଉତ୍ପନ୍ନ l

 ଭରସା ବିଶ୍ୱାସ  ରଖି କପା ତୁଳା ଚାଷେ l

ମନ ବଳାଇଲା    ଯହିଁ  ଅତ୍ୟନ୍ତ ହରଷେ l

 ଋଣ କରଜ କରିଣ ମାଳ ଜମି ଚଷି l

କପା ତୁଳା ଚାଷ କଲା ମନ ମୁଖ ତୋଷି l

ସବୁଜିମା  ରଙ୍ଗ   ସାଜେ କପାବାରି  କ୍ଷେତ l

କୃଷକର ଶାନ୍ତମନ ବଢ଼ଇ ବହୁତ l

ଦଇବ  ଘଟଣ   କରିଥାଏ  ଦିନୁଁଦିନ l

 ଆଣି  ଦେଲା   ପାଶେ ଥୋଇ ଦୁଃଖର କ୍ରନ୍ଦନ l

କପାରେ ପୁରିଲା ମାତି ରୋଗ କୀଟ ପୋକ l

କୃଷକର କ୍ଷୀଣ ହେଲା  ମାନସ ବିବେକ l

କରିଥିଲା ଆଶା    ସପନରେ ବାନ୍ଧି l

କପା ଚାସେ ହେଲା  ମନ ତାର ବନ୍ଦୀ l

କି କରିବ  ସେହୁ ଋଣ ପରେ  ଋଣ l

ସ୍ୱଭାବେ  ଆସଇ ଧୀରେ ବିଧାତା କଷଣ l


Rate this content
Log in

Similar oriya poem from Horror