Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Horror Classics

4  

ABADHOOT PANDA

Horror Classics

ଏକ ସତ ବାଘ କଥା

ଏକ ସତ ବାଘ କଥା

3 mins
342


ପ୍ରାୟ ବାର ଦଶନ୍ଧି ପୂର୍ବ ଘଟଣା l ସେତେବେଳେ ଆମ ଗାଁ ଆଗ୍ରାହାଟ ଚାରିପାଖରେ ଘଞ୍ଚ ଜଙ୍ଗଲ ଥିଲା l ମହାବଳ ବାଘ ଭାଲୁ ହାତୀ ହେଟା ଆଉ କଲରା ପତ୍ରିଆ ବାଘ ଇତ୍ୟାଦିଙ୍କ ଉତ୍ପାତ ସ୍ଥାନୀୟ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରୁ ଥିଲା l ସନ୍ଧ୍ୟା ପରେ ଲୋକେ ଘରୁ ଗୋଡ଼ କାଢ଼ୁ ନଥିଲେ l ଆମ ଠାକୁର ଜେଜେ ଆଗ୍ରାହାଟ ମୌଜାର ମୁରବୀ l ଅଧିକାଂଶ ସମୟରେ ଗାଁ ଭିତରେ ବଣୁଆ ବାଘ ରାତିରେ ପଶି ଗୃହ ପାଳିତ ଜୀବ ଜନ୍ତୁ ପକ୍ଷୀମାନଙ୍କୁ ଖାଇ ଯାଆନ୍ତି l ଗାଁ ଲୋକେ ସନ୍ଧ୍ୟା ପରେ ବିନା କାମରେ ପଦାକୁ ଯାଆନ୍ତିନି l ଧନୀ ଗ୍ରାମବାସୀମାନେ ନିଜ ଘରକୁ ସୁରକ୍ଷିତ ରଖିବା ପାଇଁ ପ୍ରାୟ ବାର ଫୁଟ ଉଚ୍ଚର ପଥର ପାଚିରୀ ବୁଲାଇ ଦିଅନ୍ତି l ଲାଇସେନ୍ସ କରି ପାଖରେ ବନ୍ଧୁକ ରଖନ୍ତି l କିନ୍ତୁ ଗାଁର ଗରିବ ଶ୍ରେଣୀର ଲୋକେ ଓ ଚାଷୀମାନେ ବେଳେ ବେଳେ ବାଘ ଓ ବଣୁଆ ହାତୀମାନଙ୍କ ଦୌରାତ୍ମ୍ୟରେ ଭୀଷଣ ହଇରାଣ ହୋଇ ଧନୀପଡ଼ିଶାମାନଙ୍କ ପାଖରେ ଶରଣ ପଶିଥାନ୍ତି l ତେଣୁ ଆଗ୍ରହାଟ ଗ୍ରାମର ଅଧିକାଂଶ ଲୋକେ କୁସ୍ତି କସରତ ଖଣ୍ଡା ଲଢ଼େଇ ବାଡ଼ି ଖେଳ ଇତ୍ୟାଦି ସାମରିକ ବିଦ୍ୟା ଶିଖୁ ଥିଲେ l ଡାଳିଯୋଡ଼ା ବ୍ରହ୍ମପୁରସ୍ଥ କେତେକ ମୁସଲମାନ ଲୋକ ଏହି ସବୁ ବିଦ୍ୟା ଗାଁ ଗାଁ ବୁଲି ଲୋକମାନକୁ ତାଲିମ ଦେଉଥିଲେ l 

ଥରେ ରାତି ପ୍ରାୟ 10ଟା ବେଳେ ଆମ ପଡ଼ିଶା ଘରେ କୋଳାହଳ ଶୁଣି ଆମ ଜେଜେ ଦୌଡ଼ି ଗଲେ l ସେଦିନ ଚିତଉ ଅମାବାସ୍ୟା l ଜେଜେଙ୍କ କୈଶୋର ଅବସ୍ଥାର ଏ ଘଟଣା l ସେତେବେଳେ ଜେଜେ ତାଙ୍କ ବାପାଙ୍କ ଠାରୁ ବାଡ଼ି ଓ ଖଣ୍ଡା ଖେଳ ଶିଖୁ ଥିଲେ l ଆଉ ମଧ୍ୟ ଲକୁ ମହମ୍ମଦ ନାମକ ଜଣେ ଓସ୍ତାଦଙ୍କ ଠାରୁ ସେ ମୁଷ୍ଟି ଓ ଲାଠି ଯୁଦ୍ଧ ଶିଖିଥିଲେ l ତେଣୁ ହାତରେ ଏକ ମଜବୁତ ବାଡ଼ି ଓ ତେଣ୍ଟା ଧରି ପଡ଼ିଶା ଘରକୁ ଗଲେ l ପଚାରି ବୁଝିଲେ ଗୋଟାଏ କଳରାପତ୍ରିଆ ବାଘ ତାଙ୍କ ଖଳା ବାଡ଼ିରେ ପଶି ଧାନ ହଳା ଗଦା ଭିତରେ ଲୁଚିଛି l ଲୋକମାନେ ଚାରି ପାଖରେ ଗଦାର ଚାରିପାଖରେ ଘେରି ଠିଆ ହେଇଥାନ୍ତି l ଆମ ଗାଁ ସ୍ତ୍ରୀ ଲୋକେ ବି କମ ନଥିଲେ l ସେମାନେ ମଧ୍ୟ ପୁରୁଷମାନଙ୍କ ହାତକୁ ବାଡ଼ି ଭାଲା ମୁନା ଟେଣ୍ଟା ନିଆଁ ବରିଆ ଆଦି ବଢ଼ାଇ ଦେଉଥାନ୍ତି l ଆମ ଜେଜେ କୁସ୍ତି କସରତ କରି ଦେହ ମନକୁ ଶକ୍ତ ରଖିଥାନ୍ତି l ଖଣ୍ଡା ଖେଳରେ ବି ସେ ଓସ୍ତାଦ l ତେଣୁ ଲୋକଙ୍କ ଆଗରେ ସେ ରହି ସମସ୍ତଙ୍କୁ ସାହସ ଦେଉଥିଲେ l ଜେଜେ ଘର ବାଲାଙ୍କୁ ପଚାରିଲେ, ତୁମମାନଙ୍କ ଭିତରୁ କିଏ ଆଗ ଦେଖିଲା l ବାଘ ନହୋଇ ଯଦି ବଣୁଆ କଟାସ ହୋଇଥିବ l " ଜେଜେଙ୍କ କଥା ଶୁଣି ସମ୍ପୃକ୍ତ ଘର ବାଲାଙ୍କ ବୋହୁ ଭିଡ଼ ଠେଲି ଆଗକୁ ମାଡ଼ି ଆସିଲା l କହିଲା," ହଁ ନନା ସେଇଟା ବାଘ l ମୁଁ ଚିତଉ ପିଠା କରିସାରି ହାତ ଧୋଇ ସାନ ପାସ ଗଲି l ହାତରେ ଡିବି ନେଇଥେଲି l ଏକ ବସିଲା ବେଳେ ହଠାତ ମୋ ନଜର ଗଦା ଭିତରକୁ ପଡ଼ିଲା l ରଡ଼ ନିଆଁ ପରି ଦିଟା ଆଖି ଦିଶିଲା l ଡିବି ଆଲୁଅରେ ବାଘକୁ ଦେଖିଲି l ମୋ ପାଟି ଶୁଣି ଘରୁ ସମସ୍ତେ ଦୌଡ଼ି ଆସି ବାରୁ ବାଘ ପାଳ ଗଦା ଭିତରେ ଧସେଇ ପଶିଗଲା l" ତାପରେ ଆମ ଜେଜେ ଗୋଟାଏ ଲମ୍ବା ବାଉଁଶ ବଲ୍ଲା ଧରି ପାଳ ଗଦାକୁ କେଞ୍ଚିଦେଲେ l କେଞ୍ଚା ଖାଇ ବାଘଟି ବାହାରି ଆସିଲା l

ରାତି 12ଟା l ପାଟି ଶୁଣି ସାହିର ଲୋକେ ରୁଣ୍ଡ ହେଇଗଲେ l ଜେଜେ ବାଘଟିକୁ ଟେଣ୍ଟା ଭୂଷି ଦେଲେ l ବାଘ ଘାଇଲା ହେଇ ଜୋରରେ ଗର୍ଜନ କରି ଉଠିଲା l ଲୋକ ମାନେ ଠେଙ୍ଗା ବାଡ଼ି ଧରି ପୂର୍ବରୁ ଘେରି ଯାଇ ଥିଲେ l ବାଘଟିକୁ ପିଟି ପିଟି ମାରିଦେଲେ l ବାଘର ଆତଙ୍କ ଚାଲିଗଲା l ପରଦିନ ସକାଳେ ଶଗଡ଼ ଗାଡ଼ିରେ ବାଘଟିକୁ ଲଦି ଗାଁ ମୁଖିଆ ଓ ଆମ ଜେଜେ ଆଉ ଠାକୁର ଜେଜେ ଗାଁର ମୁରିବି ହିସାବରେ ଶଗଡ଼ ପଛେ ପଛେ ଚାଲିଲେ l ସାଙ୍ଗରେ ଆଉ ପାଞ୍ଚ ଜଣ ଗ୍ରାମ ବାସୀ ଥିଲେ l ସମସ୍ତେ ଯାଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚିଲେ l ସେତେବେଳେ ଇଂରେଜ ଶାସନ l ନିୟମ ଅନୁସାରେ ଆଗ କ୍ୟାମେରା ବାଲାକୁ ଡକା ଗଲା l ଜେଜେ ମଲା ବାଘ ଉପରେ ଠିଆ ହେଲେ l କ୍ୟାମେରା ଵାଲା ଫଟୋ ଉଠାଇଲା l ତାପରେ ଜିଲ୍ଲାପାଳ ମହୋଦୟ ବାଘ ମାରିଥିବାରୁ ଏକ ହଜାର ଏକ ଟଙ୍କା ପୁରସ୍କାର ଦେଲେ ଓ ବାଘର ଶବକୁ କଟକ ସତୀ ଚଉରା ମଶାଣିରେ ପୋଡ଼ିଦେବାକୁ ନିର୍ଦେଶ ଦେଲେ l ଆଉ ମଧ୍ୟ ଜେଜେଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଡ଼ିବା ପୂର୍ବରୁ ଗାଁର ଜଣେ ହରିଜନ ଧାରୁଆ ଛୁରୀ ଦ୍ୱାରା ବାଘ ନଖ ନିଶ ଓ ଲାଞ୍ଜକୁ କାଢ଼ି ଆଣି ଜେଜେଙ୍କୁ ଦେଲେ l ଆଉମଧ୍ୟ ଛାଲ ବାହାର କରି ଅଲଗା ରଖିଲେ l ପରେ ଛାଲଟିକୁ ଟାନିଙ୍ଗ କରିସାରି ଗାଁର ଜଣେ ସାଧକ ସନ୍ୟାସୀଙ୍କୁ ଭେଟି ଦିଆଗଲା l ଜେଜେ ଉକ୍ତ ପୁରସ୍କାର ଅର୍ଥରେ ଗାଁରେ ଏକ ବ୍ୟାୟାମଶାଳ ନିର୍ମାଣ କରିଥିଲେ ଓ ପାଞ୍ଚ ଜଣ ବ୍ୟାୟାମ ଶିକ୍ଷକକୁ ନିଯୁକ୍ତ କରିଥିଲେ l ସେତେବେଳେ ସମାଜରେ ପୁରୁଷ ପ୍ରାଧାନ୍ୟ ବଳ ବତ୍ତର ଥିବାରୁ ଯୁବତୀମାନଙ୍କୁ ଏହି ସୁଯୋଗ ମିଳୁ ନଥିଲା l ଫଳରେ ସେସମୟର ଗାଁର ଯୁବକମାନେ କେବଳ ସେହି ବ୍ୟାୟାମ ଶାଳାରେ ତାଲିମ ନେଉଥିଲେ l             


Rate this content
Log in

Similar oriya poem from Horror