STORYMIRROR

Debabrata Mishra

Abstract Horror Thriller

4  

Debabrata Mishra

Abstract Horror Thriller

ମଶାଣି

ମଶାଣି

1 min
390


ଆସ ଥରେ ମଶାଣିକୁ ଗୁରୁ ପଦବାଚ୍ୟ କରିବା

ତାର ଶିଷ୍ଯ ସାଜି, ସେ ଶିଖାଏ କଳା.... 

ଜୀବନକୁ ଜୀବନ ପରି ବଞ୍ଚିବାର ଶିକ୍ଷା

ବତାଇଦିଏ ସେ ସେହି ଜୁଇର ନିଆରେ

ମନ ଓ ଦେହର, ଚର୍ମ ଓ ଅନୁଭବର ପାର୍ଥକ୍ଯ...!! (୧) 


ଆସ ମଶାଣିକୁ ବେଳେବେଳେ ମନେ ପୁଜିବା

ନୁଆ ଓ ଭିନ୍ନ ଏକ ମନ୍ଦିର କରି ଆତ୍ମାରେ

ବୁଝାଉଥାଏ ସେ ବାରବାର ନିଶ୍ୱାସ ପ୍ରଶ୍ୱାସର ସଜ୍ଞା

ଥରେ ତା ନିକଟେ ଯାଇ ବସି ଦେଖିବା 

ଅନ୍ଧାର ଭୟର କାରଣ ଅବା ଆଲୋକ ହିଁ ଭୟଙ୍କର...!! (୨) 


ଆସ ମଶାଣିକୁ ବନ୍ଧୁ କରିନେବା ରହି ରାତ୍ରୀର ସାଥେ

ତା ସହ ମରଣରେ ଜୀବନର ସତ୍ଯତା ଖୋଜିବା

ହାତଧରି ଅଦୃଶ୍ଯରେ ବାଟ ଚଲାଇବ ସେ ବାସ୍ତବତାର

ମାୟାମୋହ ର ଫଳ ସ୍ୱାଦ କେତେ ସେ ଚଖାଏ

ଜାଣିବା ତା' ଦ୍ବାରା ମାଟି ସହ ମଣିଷର କେତେ ଘନିଷ୍ଠତା..!! (୩) 


ଆସ ମଶାଣିକୁ ଥରେ ଶତ୍ରୁ କରି ଦେଖିବା ଆମେ

ଜାଣିବା ଏ ଦେହର ଶକ୍ତି ଅଧିକ ନା ମନର ସାହସ

ହାଡ଼ ମାଂସର ଶରୀରକୁ ଜଳିବାର ଦେଖି ଜ୍ଞାନୀ ହେବା

ଏ ଧନସମ୍ପଦର କଥା ସତେ କେତେ ମିଛ ଡ଼ାହାମିଛ

ଅସଲ ଜୀବନ ତ ଆରମ୍ଭ ହୁଏ ମୃତ୍ୟ ପରେ ସମାଜରେ...!! (୪) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract