STORYMIRROR

Narayan chandra Senapati

Horror

4  

Narayan chandra Senapati

Horror

ଧୂମ ରାକ୍ଷସ

ଧୂମ ରାକ୍ଷସ

1 min
23.1K


ଆଭିଜାତ୍ୟ ଆଉ ସଉକିରେ ଅନ୍ଧ

ଭାବେ ନିଜକୁ ସମ୍ରାଟ

ଘରେ କି ବଜାରେ ସାଥୀଙ୍କ ମେଳରେ

ପିଏ ନର ସିଗାରେଟ।


ଯେଉଁ ଧୂମରାଶି ଶରୀରେ ପଶିଲେ

କରଇ କ୍ଷତ ବିକ୍ଷତ

ଶରଧା ସରାଗେ ପିଏ ତାକୁ ମୂର୍ଖ

ହେବାକୁ ଶ୍ରେଷ୍ଠ ବିଖ୍ୟାତ।


ନିଜକୁ ଭାବେ ସେ ଜ୍ଞାନୀ କି ପଣ୍ଡିତ

ପଢ଼େ ନା ତା ଖୋଳେ ଲେଖା

ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏ ଦିନେ

ଯମ ସହ କରେ ଦେଖା।


ତା ସାଥେ ଅଗ୍ନିକୁ ସଂଯୋଗ କରେ ଯେ

ଶୋଷେ ଯେହ୍ନେ ମାଆ କ୍ଷୀର

ଜଳି ଜଳି ଯାଏ ତା ଉପର ସିନା

ଅନ୍ତଃ ଜାଳି କରେ ଖାର।


ତା ଭିତରେ ଥିବା ନିକୋଟିନ୍ ଧୂଆଁ

ଯେବେ ପଶେ ଫୁସଫୁସେ

କଣ୍ଟା ପରି କାଟି ରୁଧିର ଖୋଲି ସେ

ରକ୍ତ କଣିକାରେ ମିଶେ।


କଲିକ ଯକ୍ଷ୍ମା ଓ ରକ୍ତଚାପ ସହ

ସୃଷ୍ଟି କରେ ହୃଦରୋଗ

ଶେଷ ଜୀବନରେ କଙ୍କାଳକୁ ଧରି

କ'ଣ ବା କରିବ ଭୋଗ ?


ସିଗାରେଟ ଧୂଆଁ ସାଧା ଧୂଆଁ ନୁହଁ

ମାରାତ୍ମକ ସେ ରାକ୍ଷସ

କଲବଲ କରି ଘାଣ୍ଟି ମାରୁଥାଏ

ରୁଦ୍ଧ କରି ସେ ନିଃଶ୍ୱାସ।


ଜ୍ଞାନର ଆଚରେ ବୁଦ୍ଧିର ବିଚାରେ

ପରଖିଲେ ସର୍ବ ଚିଜ

ଲୋଡ଼ା ଯାହା ତାକୁ କାମରେ ଯୋଡିଲେ

ସୁଖ ହେବ ସଜବାଜ।


ସିଗାରେଟ ଖୋଳ ଭାରି ଚିକ୍କଣିଆ

ସେ ବି ଦିଶେ ଭାରି ଦାମୀ

ତା ଧୂଆଁ ଦେହରେ ପଶିଯାଏ ଯେବେ

କମ୍ପାଏ ଯେହ୍ନେ ସୁନାମୀ।


ଏ ଧୂମପାନଟି ଅଗ୍ନିକାଣ୍ଡ କରେ

ଅନ୍ତେ କରେ ବଜ୍ରପାତ

ବନ୍ୟା ବାତ୍ୟା ସମ ଶରୀରକୁ ଖାଏ

ଭାଙ୍ଗେ ବଞ୍ଚିବାର ଛାତ।


ଏତିକି ମିନତୀ ସଭି ଜନଙ୍କୁ ମୋ

କରନା ହେ ବିଷପାନ

ଜାଳନା ନିଜକୁ ଜାଳନା ସମାଜ

ଲଭ ତୁମେ କୀର୍ତ୍ତିମାନ।


କରହେ ପ୍ରତିଜ୍ଞା ଧୂମ ରାକ୍ଷସକୁ

ଦେବା ଜୀଅନ୍ତା ସମାଧି

ସୁସ୍ଥ ନୀରୋଗରେ ରାଷ୍ଟ୍ରକୁ ଗଢିବା

ଯେହ୍ନେ ଶୁଦ୍ଧ ମହୋଦଧି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror