STORYMIRROR

Narayan chandra Senapati

Others

3  

Narayan chandra Senapati

Others

ପ୍ରତିବିମ୍ବ

ପ୍ରତିବିମ୍ବ

1 min
11.4K


ବିଜ୍ଞାନର ଅଦ୍ଭୁତ ଦୃଶ୍ୟ

ପ୍ରତିକ୍ଷଣେ କରେ ଆଚମ୍ବିତ

କେବେ ଅସ୍ୱଚ୍ଛ ପଦାର୍ଥରେ ଆଲୋକ ପକାଇ

ସ୍ଵଚ୍ଛ ପୃଷ୍ଠରେ ନିର୍ମାଣ କରେ

ଅବିକଳ ପ୍ରତିବିମ୍ବ ତ

କେବେ କୌତୁହଳରେ ମାପୁଥାଏ

ଅସ୍ବଚ୍ଛ ପଦାର୍ଥର ପ୍ରତିବିମ୍ବର ଦୈର୍ଘ୍ୟ।


ମନରେ ଉଙ୍କି ମାରୁଥାଏ ପ୍ରଶ୍ନ

କାହିଁ ସୃଷ୍ଟି ହେଉନାହିଁ ତ

ଛାୟା ପ୍ରଚ୍ଛାୟା ଉପଛାୟା

କି ଅଦ୍ଭୁତ ଏ ବିଜ୍ଞାନ

ବର୍ଣ୍ଣ ସିନା ଭିନ୍ନ

ହେଲେ ଛାୟା ପ୍ରଚ୍ଛାୟା ଉପଛାୟାର ବର୍ଣ୍ଣ ତ

ସମ୍ପୂର୍ଣ୍ଣ ଏକବର୍ଣ୍ଣ

ହେଲେ ଏ ପ୍ରତିବିମ୍ବର ଏ କି ବିଡମ୍ବନା

ନାଲିର ନାଲି କଳାର କଳା

କି ବିଚିତ୍ର ଏ ତତ୍ତ୍ୱ।


କାଚ ଫଳକ ଉପରେ

ଏକ କଳା ସେନାଧ୍ୟକ୍ଷ

ପଛେ ପଛେ ଲାଲବାହିନୀ

ଆଦେଶ ନିର୍ଦ୍ଦେଶ କୁ ମାନି 

କରନ୍ତି ଅନୁଧାବନ

ସେନାଧ୍ୟକ୍ଷ କଣ ଜାଣିପାରେ

କାଚରେ ପ୍ରତିଫଳିତ ପ୍ରତିବିମ୍ବ

ମୂକସାକ୍ଷୀ ପରି

ସୃଷ୍ଟି କରେ ଉପଯୁକ୍ତ ସତ୍ୟର

ନିଚ୍ଛକ ପୁନରାବୃତ୍ତି।


ଲାଗେ ଚେସ ଖେଳର ସୈନ୍ୟ ପରି

ହେଲେ ନୁହଁ ଏ ଘୋଡା ନୁହଁ ରାଜା ନୁହଁ ବି ସୈନ୍ୟ

ଲାଗୁଛି ବିପଦ ଘନେଇ ଆସୁଛି

ନାଲି ରଙ୍ଗର ଆତ୍ମୀୟକୁ ସାଥିକରି

ଗୋଡାଉଛି କଳା ରଙ୍ଗର ପ୍ରତୀକ

ମୋ ଭାରତବର୍ଷକୁ

ହେଲେ ମୋ ଆର୍ଯ୍ୟଭୂମି ପରା

ବିଶ୍ୱ ର ସାହେନ୍ସା

ତା ବୀରତ୍ୱ ଆଗରେ ନଇଁ ପଡିବ

ଲାଲବାହିନୀର ସୈନ୍ୟ ସଜ୍ଜା

ମୁଣ୍ଡ ନୂଆଁଇ କହିବ

ବାଃ ଚମତ୍କାର ଏ ଆର୍ଯ୍ୟଭୂମି

 ଧନ୍ୟ ତା'ର ଦାୟାଦ !!!



Rate this content
Log in