STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ମିଳାଅ ହେ ହାତ

ମିଳାଅ ହେ ହାତ

1 min
11.8K


ରାଗ ଅଭିମାନ ପାହାଡ଼ ସାଜିଲେ

ଭୁଷୁଡେ ସମ୍ପର୍କ ଛାତ

ପୁଣ୍ୟ ମନ୍ଦାକିନୀ ପୁରି ଯାଏ ଓଠେ

ମିଶିଲେ ହାତରେ ହାତ।


ହାତରେ ହାତକୁ ମିଶାଇ ମୋ ଦେଶ

ଲୋକେ ଗାଉଥିଲେ ମନ୍ତ୍ର

ସେ ମନ୍ତ୍ର ଏକତା ଶକ୍ତ କରିଦେଲା

ଭାଙ୍ଗିଲା ବିଦେଶୀ ତନ୍ତ୍ର।


ହାତରେ ଯେବେ ବା ଅନ୍ୟ ହାତ ମିଶେ

ଗଢେ ଉଦ୍ଦେଶ୍ୟ ମହଲ

ସ୍ନେହର ସୂତାରେ ପ୍ରେମର ବନ୍ଧନେ

କରେ ତା ଲକ୍ଷ୍ୟ ସଫଳ।


ଏକ ଏକ ହାତ ନିଶ୍ଚୟ ଦୁର୍ବଳ

ଯେବେ ହୁଅନ୍ତି ଏକାଠି

ସବଳ ବଳୟ ଆଙ୍କି ଅନ୍ତରରେ

ବିଜୟ ଖାଆନ୍ତି ଚାଟି।


ଏକ ହାତେ ଯେବେ ମିଶେ ପାଞ୍ଚ ହାତ

ଜନମେ ଆତ୍ମ ବିଶ୍ୱାସ

ସେ ବିଶ୍ୱାସ ଦିଏ ବିଜୟ ଭରସା

ସଫଳତା ମାରେ ଶ୍ବାସ।


ଯେତେ ବଡ଼ ଦୁଃଖ ଝଡ଼ ଝଞ୍ଜା ସାଜି

ଯଦି ଆସେ କେଉଁ ଦେଶେ

ଜନତାଙ୍କ ହାତ ମିଶି ଶକ୍ତ ହେଲେ

ଅଚିରେ ସମସ୍ୟା ନାଶେ।


ହେଉ ପଛେ ଭିନ୍ନ ଜାତି ଧର୍ମ ବର୍ଣ୍ଣ

ମିଶାଇଲେ ହାତେ ହାତ

ଭିନ୍ନ ଅଭିଜ୍ଞତା ଜ୍ଞାନ ବୁଦ୍ଧି ମିଶି

ହୋଇପାରେ ସର୍ବଶ୍ରେଷ୍ଠ।


ମହତ ଉଦ୍ଦେଶ୍ୟେ ହାତ ମିଳାଇଲେ

ହୁଏ ସାମୁହିକ ଲାଭ

ଦୁର୍ମତିଙ୍କ ହାତ ମିଳନ ହୋଇଲେ

ହରାଏ ଏ ଜାତି ସର୍ବ।


ହାତ ହାତ ମିଶି ଗଢା ପ୍ରେମ ସୌଧ

ବିଶ୍ୱେ ସର୍ବଶକ୍ତିମାନ

ସେ ଶକ୍ତି ଆଦିତ୍ୟ ସମ ତେଜିୟାନ

କରଇ ସଦା କମ୍ପନ।


ଭ୍ରାତୃଶକ୍ତି ପାଇଁ ମିଳାଅ ହେ ହାତ

ଏକତା ମନ୍ତ୍ରକୁ ଜପ

ଶାନ୍ତି ଓ ମୈତ୍ରୀରେ ପୁଣ୍ୟ ଦୀପ ଜାଳ

ହଟିଯିବ ସବୁ ପାପ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational