STORYMIRROR

Narayan chandra Senapati

Tragedy

4  

Narayan chandra Senapati

Tragedy

ସୁଗମ ପଥ

ସୁଗମ ପଥ

1 min
23.3K


ସବୁଜ ବନାନୀ ଅରନ୍ୟାକୁ କାଟି

ଫଟାଇ ପାହାଡ଼ ଛାତି

ମନୁଷ୍ୟ ଆଙ୍କିଛି 'ପଥ'ର ନକ୍ସା

ଭାବିଚିନ୍ତି ଦିନରାତି।


ନୁହଁ ମାଟି ରାସ୍ତା ନୁହଁ ବାଲି ଗୋଡି

ପକ୍କା ଚିକ୍କଣ ପଥ

ସାଇଁ ସାଇଁ ଯାଏ ମୋଟର ଯାନଟି

ବାଃ ବାଃ ରେ ରାଜପଥ।


ସୁଗମ ଚିକ୍କଣ ରାଜପଥେ ଯାତ୍ରା

ଯାଏ ଯେବେ କେଉଁ ଯାନେ

ଆଖି ପଡିଗଲେ ପାହାଡ଼ ବନାନୀ

ପ୍ରୀତି ଜନ୍ମେ ତାର ମନେ।


ଭଗ୍ନ ପାହାଡଟି ଆଖି ଲୁହ ଢାଳି

ଦେଖୁଛି ସଭିଙ୍କୁ ନିତି

ଆହତ ବନାନୀ ରୋଗୀଣା ଅରଣ୍ୟ

କାନ୍ଦୁଛି ହୋଇ ଅଶାନ୍ତି।


ସୁଗମ ପଥରେ ଯାତ୍ରୀ ଯେବେ ଆସି

ଗିରି ଚରଣକୁ ଛୁଏଁ

ତା ଶିରେ ଚଢ଼ିଲେ ଖୁସିରେ ପାହାଡ଼

ଜୀବନର ଗୀତି ଗାଏ।


ପଥ ପ୍ରାନ୍ତ ଜନ ଭଗ୍ନ ବନାନୀକି 

କ୍ଷତ ବନ ବୃକ୍ଷ ମୂଳେ

ଯେବେ ନେଉଥାଏ ଆଶ୍ରୟ ବିଶ୍ରାମ

ତା ଆଖିରୁ ଅଶ୍ରୁ ଝରେ।


ସେହି ପଥ ଦେଇ ଡ଼ିନାମାଇଟ ଧରି

ଆସନ୍ତି ଯଦି ବା ଜନ

ପାହାଡ଼ ଛାତିକୁ ଫଟାଇଲେ ଦୁଃଖେ

କରେ ଆତୁର କ୍ରନ୍ଦନ।


ସେ ପାଠ ପରଶେ ଶିକାରୀ ସହିତ

 ଯେବେ ଆସେ କାଠୁରିଆ

ଗଛ କାଟି ଜୀବ ଜନ୍ତୁଙ୍କୁ ମାରିଲେ

ଲାଗେ ସଭିଙ୍କୁ ଛାନିଆଁ।


ସେ ସୁଗମ ପଥଟି ଦିଏ କେତେ ଖୁସି

ପରୋକ୍ଷେ ବିଛାଏ ଦୁଃଖ

ବହୁ କାଳ ପରେ ଦେଖିବାନି ଆଉ

ପାହାଡ଼ ବନାନୀ ମୁଖ।


ହେ ବିଜ୍ଞାନୀ ଶ୍ରେଷ୍ଠ କର ଯେତେ ପଥ

ସୃଷ୍ଟି କର ହେ ଜଙ୍ଗଲ

ନ କାଟ ପାହାଡ଼ ଡାକନା ବିପଦ

ଭୂମିକମ୍ପର ମହଲ।



Rate this content
Log in

Similar oriya poem from Tragedy