ସୂଚକ ବନାମ ସନ୍ତୁଳନ
ସୂଚକ ବନାମ ସନ୍ତୁଳନ
✍🏻 *ସୂଚକ ବନାମ ସନ୍ତୁଳନ*✍🏻
***************
ସେଦିନ ନ ଥିଲା ସମୟ ସୂଚକ ଘଣ୍ଟା
ତଥାପି ମଣିଷ କରୁଥିଲା
ସମୟର ଉପଯୁକ୍ତ ବିନିଯୋଗ
ଉପରେ ମାଟି ପାତ୍ରର ପୂର୍ଣ୍ଣଜଳ
ତଳେ ସମାନ ଆକାରର ପାତ୍ର
ଏକ ସାମାନ୍ୟ ଛିଦ୍ରରୁ ଟପ୍ ଟପ୍ ହୋଇ
ବହି ଆସି ପୂରଣ କରୁଥିଲା ତଳ ପାତ୍ର
ଏ ତ ଥିଲା ଏକ ନିର୍ଦ୍ଧିଷ୍ଟ ସମୟ ପରିମାପ ପାତ୍ର।
ଠିକ୍ ସେହି ନିୟମରେ
ତିଆରି କରାଗଲା
ବିଜ୍ଞାନ ଉପକରଣ
ଟପ୍ ଟପ୍ ଆଲକୋହଲର ବୁନ୍ଦା
ତଳ ବିକରର ଦ୍ରବଣରେ ହେଲା ମିଶ୍ରଣ
ସୃଷ୍ଟି କଲା ରାସାୟନିକ ପ୍ରତିକ୍ରିୟା
ବିଜ୍ଞାନର ପରୀକ୍ଷା ଓ ଉତ୍ପାଦ
ବିଜ୍ଞାନର ସମାଧାନ ଓ ସିଦ୍ଧାନ୍ତ
ଆଶ୍ଚର୍ଯ୍ୟ କରୁଥିଲା ସଭିଙ୍କୁ
ଚକିତ ହେଉଥିଲା ମନ
ଆନନ୍ଦ ହେଉଥିଲା ପ୍ରାଣ।
ଏବେ କିନ୍ତୁ ପ୍ଲାଷ୍ଟିକ/କାଚରେ ପ୍ରସ୍ତୁତ
ଏକ ସମ ଆୟତନ ପାତ୍ର
ଉପରେ କିଛି ରଙ୍ଗୀନ ଚୁର୍ଣ୍ଣ
ସାମାନ୍ୟ ଛିଦ୍ର ଦେଇ ଖସି ଆସେ
ତଳ ପାତ୍ର ପୂର୍ଣ୍ଣ କରିବାକୁ
ଖାଲି ସେତିକି ନୁହଁ
ଦେଖାଇବାକୁ ମଧ୍ୟ ସନ୍ତୁଳନ
ଉଚ୍ଚ ନୀଚ୍ଚ ପରିବର୍ତ୍ତନର ଆୟାମ ଓ ଆବୃତ୍ତି।
ମଣିଷ ଜୀବନ ଠିକ୍ ସେହିପରି
ସୁଖ ଦୁଃଖର ସନ୍ତୁଳନ
ଅଧା ହସ ଅଧା ଲୁହ
ପାଖେ ଅନ୍ଧାର ପାଖେ ଆଲୁଅ
ଯେବେବି କିଏ ପାଏ ଦୁଃଖ
ଟପ୍ ଟପ୍ ପାଣି ପରି ସରିଯାଏ
ଶୁନ୍ୟ ହୁଏ ଦୁଃଖର ପାତ୍ର
ଆରମ୍ଭ ହୁଏ ସୁଖର ଚମକ
ସମୟ କିନ୍ତୁ ବାର୍ତ୍ତା ଦିଏ
କରିଚାଲ କର୍ମ
ଦୁଃଖ ଯଦି ଅଛି ସୁଖ ଅବଶ୍ୟ ମିଳିବ
କଦାପି ଅଧୈର୍ଯ୍ୟ ନ ହୁଅ।
