ସୂର୍ପଣଖା ନାସା କର୍ଣ୍ଣ ଚ୍ଛେଦନ
ସୂର୍ପଣଖା ନାସା କର୍ଣ୍ଣ ଚ୍ଛେଦନ


ମନୋହର ବନ ପଞ୍ଚବଟୀ କୋଳେ ବାସ
ଲକ୍ଷ୍ମଣ ଜାନକୀ ଘେନିଣ ରାମ ହରଷ
ସୂର୍ପଣଖା ସେହି ବନେ
ଖର , ଦୂଷଣ , ତ୍ରିଶିର ସାଥେ ତୋଷ ମନେ ।
ବାସ କର ରାକ୍ଷସୀ ସେ ବହୁ ରୂପ ଧାରି
ବୃକ୍ଷାନ୍ତରେ ନିରେଖୀ ସେ କାମେ ହେଲା ଘାରି
ଶ୍ରୀରାମ ସୁନ୍ଦର ରୂପ
ଯାଇ ଦିନେ ଜଣାଇଲା ଶ୍ରୀ ରାମ ସମୀପ ।
ବଶିଭୂତ ହୋଇ ତୁମ୍ଭ ଶୋଭା କାନ୍ତି ଚାହିଁ
ବସିବାକୁ ଅଙ୍କ ଦେଶେ ଆସିଅଛି ଧାଇଁ
ବନ୍ଧନ କର ଭୂଜ ରେ
ବନ୍ଧ ରଚ ସୁଖ ଚକ୍ର ପୁରୁସାଇତରେ ।
ବିଶ୍ରବା ଋଷିଙ୍କ ମୁହିଁ ଅଟଇ ନନ୍ଦିନୀ
ବିଶ୍ରବାଇ ଓଷ୍ଠୁ ପିଅ ମଧୁ ମନ୍ଦାକିନୀ
ଉଚ୍ଚ କୋଳେ ଜାତା ତୁହି
ବୃଷସ୍ୟନ୍ତି ଆଚରଣ ତୋର ନ ଯୋଗାଇ ।
ଶ୍ରୀରାମ ବୋଇଲେ ଆରେ ଶୁଣ ରାମାବର
ଏକ ପତ୍ନୀ ବ୍ରତ ଜାଣ ଅଟଇ ଆମ୍ଭର
ଅନୁଜ ଆମ୍ଭ ଲକ୍ଷ୍ମଣ
ଅନଶନ ରେ ସେ ଏବେ ହରୁଅଛି ଦିନ ।
ଚଳ ଚଞ୍ଚଳ ଅଞ୍ଚଳ ହଲାଇ ତା ' ପାସେ
ଚଳାପାଙ୍ଗୀ ଆରେ ବାଳୀ ଭାସ ତାର ପାଶେ
ରତି କଳା କଉଶଳେ
ଧୂରନ୍ଧର ସେ , ତା ସାଥେ ମାତ ରେ ବିହ୍ବଳେ ।
ବିଷ୍ଣୁପଦୀ ଜଳ କେଡେ ନିର୍ମଳ ରେ ଯୋଷା
ବାରିଦ ଆବିଳ ଜଳେ ଚାତକ ର ଆଶା ।
ଅପାଙ୍ଗ ଇଙ୍ଗିତେ ବଶ
ହୋଇ ପ୍ରକାଶିବେ କେତେ ମତେ ରତି ରସ ।
ଚଞ୍ଚଳ ଲ
କ୍ଷ୍ମଣ ପାଶେ ଚଳି ଗଲା ବାଳୀ
ନିଦ୍ରା , ଆହାର , ବିହାର ଅଛୁ ଆମ୍ଭେ ଛାଡ଼ି
କହନ୍ତେ ତାକୁ ଲକ୍ଷ୍ମଣ
ବଢାଇଲା ହସ୍ତ ସୀତା ବିନାଶେ ସେ କ୍ଷଣ ।
ନାକ ଶିରୀ ଦାନ କର ଏ ଯୋଗ୍ୟ ଯୋଶାକୁ
କାନନ ବିହର ହେ , ଆଳୀ ଆଲିଙ୍ଗନ କୁ
ଭାଷିଲେ ତୋଷେ ରାଘବ
ବଇଦେହୀ ଦାସୀ ଏକି ଘେନି କି ହୋଇବ ?
ଆଜ୍ଞା ପାଳି ସେ ସବେଗ ଉଠନ୍ତେ ଲକ୍ଷ୍ମଣ
ସୂର୍ପଣଖା କାମାନ୍ଧ ରେ କରେ ଅନୁମାନ
କେଶ ଧରନ୍ତେ ତାହାର
କର୍ଣ୍ଣାଟ ନାଗରୀ ମନ କରଇ ବିଚାର ।୧୦
ୟାଙ୍କ ଦେଶେ ଏହି ରୂପେ ବସାଅନ୍ତି ଅଙ୍କେ
ନାସା କର୍ଣ୍ଣ କୁ ସହସା ଚ୍ଛେଦନ୍ତେ ନିଶଙ୍କେ
ଚକିତ ସ୍ତମ୍ଭିତ ହୋଇ
ବସନେ ରକତ ପୋଛି ବେଗେ ବାହୁଡ଼ଈ ।
କହିଲା ଯାଇ ସେ ଖର ଦୂଷଣ ଅଗ୍ରତେ
ବହୁ ଦୁଃଖ ଦେଲେ ମୋତେ ଦଶରଥ ସୂତେ
ସଜାଇ ସୈନ୍ୟ ତକ୍ଷଣେ
ଖର ଦୂଷଣ ତ୍ରିଶିର ବାହାରିଲେ ରଣେ। ।
ସିନ୍ଧୁ କବଳକୁ ଯଥା ଅଗସ୍ତ୍ୟ ଅସ୍ତର
ତ୍ରିଶିର ଶିର ତହିକି କି ? ତାଳ ଫଳ ର ।
ସଂହାରିଲେ ସମସ୍ତଙ୍କୁ
ଫେରି ଆସି ପ୍ରବେଶିଲେ ପର୍ଣ୍ଣ କୁଟିରକୁ ।
ତ୍ରିଶିର , ଖର ଦୂଷଣ ସଇନଙ୍କ ହତ
ରାବଣ ଅଗ୍ରତେ ଖରେ ଦେବାକୁ ଉଦନ୍ତ ।
ଵିଲୋକି ସେ ସୂର୍ପଣଖା
ବାୟୁ ବେଗେ ଗତି କରି ପ୍ରବେଶିଲା ଲଙ୍କା ।