ପ୍ରଜାପତିର ଶୋଷ
ପ୍ରଜାପତିର ଶୋଷ
ଗୋଟାଏ ମାତ୍ର ପତ୍ର ଉପରେ
କେବେ ଫୁଲର ଏକମାତ୍ର ପାଖୁଡ଼ାରେ
ଶୋଷ ମେଣ୍ଟେଇବାର ଦେଖିଲେ
ଭୋକ କମିଯାଏ
ଅଳ୍ପ ବହୁତ ମନେ ନକରିବ
ପ୍ରସାଦ ବାଣ୍ଟିଣ ଖାଇବ ମନେପଡ଼ିଯାଏ
ସତରେ ପ୍ରଜାପତି ଅଳ୍ପରେ ତୋ ମନ ଭରେ
ତୁ ଶିଖାଇଦେ ସାରା ଜଗତକୁ
ଭୋକ ଶୋଷ ଭୁଲି ତୋ ପଛକୁ
ମଣିଷ ପାଉ ବାର୍ତ୍ତା ଓ ଶିକ୍ଷା ଦେବା ନେବାକୁ
ସତରେ ପ୍ରଜାପତି ତୋ ଭେଲଭେଟ ଦେହ
ତା ସାଥିରେ ଡେଣା ଛବିର ମୋହ
ଆବାଳ ବୃଦ୍ଧ ବନିତା ହୋଇଛି ପାଗଳ
ତୁ କେବେ ବୁଦ୍ଧବାଣୀ ପରି ସତ୍ୟ
ପୁଣି କେବେ ଗଜଲ ଗାଇବାକୁ ନିତ୍ୟ
ଉଡ଼ିବୁଲୁ ଫୁଲ ଚାରିପଟେ ଗାଇ ଗାଇ ଗୀତ
ମନେଇବା କଳା ତୋ ପାଖେ ଅଛି
ଲୁଣ୍ଠନ ଦୂରେଇ ଉଡ଼ୁ ଡେଣା ମେଲାଇ
ବାର୍ତ୍ତା ଦେଇ କିଛି କିଛି
ସର୍ବେ ଭବନ୍ତୁ ସୁଖିନଃ ନିରାମୟ
ତୋ ଚିତ୍ରିତ ଡେଣା ଭାବମୟ
ଧର୍ମ କର୍ମ ଉର୍ଦ୍ଧରେ ରହି ପ୍ରଜାପତି
ଆନନ୍ଦ ଦେଉ ତୁ ଆନନ୍ଦମତି
ଫୁଲ ତୋର କଣ ହୁଏ ପ୍ରେମିକା ନା ସଖି
ଜାଣେନା ଏଯାଏଁ ତତେ ଦେଖି ଦେଖି
ହୁଏତ ତୋ ଭାତଥାଳି ଫୁଲ
ପେଟଭରୁ ଦେଇ ତାକୁ ମୁଲ
ମଣିଷ ପାଇଁ କେତେ ବାର୍ତ୍ତା ଦେଇ ଦେଇ
ତୁ ଭାରି ଭଲ ପ୍ରଜାପତି
ଜାତି ଜାତି ଉଡ଼ିବୁଲୁ ଫୁଲେ ଫୁଲେ ନିତି
