STORYMIRROR

Sunanda Mohanty

Abstract Drama Action

4  

Sunanda Mohanty

Abstract Drama Action

ପ୍ରଜାପତିର ଶୋଷ

ପ୍ରଜାପତିର ଶୋଷ

1 min
22


ଗୋଟାଏ ମାତ୍ର ପତ୍ର ଉପରେ

କେବେ ଫୁଲର ଏକମାତ୍ର ପାଖୁଡ଼ାରେ

ଶୋଷ ମେଣ୍ଟେଇବାର ଦେଖିଲେ

ଭୋକ କମିଯାଏ

ଅଳ୍ପ ବହୁତ ମନେ ନକରିବ

ପ୍ରସାଦ ବାଣ୍ଟିଣ ଖାଇବ ମନେପଡ଼ିଯାଏ

ସତରେ ପ୍ରଜାପତି ଅଳ୍ପରେ ତୋ ମନ ଭରେ

ତୁ ଶିଖାଇଦେ ସାରା ଜଗତକୁ

ଭୋକ ଶୋଷ ଭୁଲି ତୋ ପଛକୁ

ମଣିଷ ପାଉ ବାର୍ତ୍ତା ଓ ଶିକ୍ଷା ଦେବା ନେବାକୁ

ସତରେ ପ୍ରଜାପତି ତୋ ଭେଲଭେଟ ଦେହ

ତା ସାଥିରେ ଡେଣା ଛବିର ମୋହ

ଆବାଳ ବୃଦ୍ଧ ବନିତା ହୋଇଛି ପାଗଳ

ତୁ କେବେ ବୁଦ୍ଧବାଣୀ ପରି ସତ୍ୟ

ପୁଣି କେବେ ଗଜଲ ଗାଇବାକୁ ନିତ୍ୟ

ଉଡ଼ିବୁଲୁ ଫୁଲ ଚାରିପଟେ ଗାଇ ଗାଇ ଗୀତ

ମନେଇବା କଳା ତୋ ପାଖେ ଅଛି

ଲୁଣ୍ଠନ ଦୂରେଇ ଉଡ଼ୁ ଡେଣା ମେଲାଇ

ବାର୍ତ୍ତା ଦେଇ କିଛି କିଛି

ସର୍ବେ ଭବନ୍ତୁ ସୁଖିନଃ ନିରାମୟ

ତୋ ଚିତ୍ରିତ ଡେଣା ଭାବମୟ

ଧର୍ମ କର୍ମ ଉର୍ଦ୍ଧରେ ରହି ପ୍ରଜାପତି

ଆନନ୍ଦ ଦେଉ ତୁ ଆନନ୍ଦମତି

ଫୁଲ ତୋର କଣ ହୁଏ ପ୍ରେମିକା ନା ସଖି

ଜାଣେନା ଏଯାଏଁ ତତେ ଦେଖି ଦେଖି

ହୁଏତ ତୋ ଭାତଥାଳି ଫୁଲ

ପେଟଭରୁ ଦେଇ ତାକୁ ମୁଲ

ମଣିଷ ପାଇଁ କେତେ ବାର୍ତ୍ତା ଦେଇ ଦେଇ

ତୁ ଭାରି ଭଲ ପ୍ରଜାପତି

ଜାତି ଜାତି ଉଡ଼ିବୁଲୁ ଫୁଲେ ଫୁଲେ ନିତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract