ପଥର ତଳୁ ଫୁଲ ଫୁଟେଇ ପାରେ ଯିଏ
ସେ ଏମିତି ସେମିତି ନୁଁହଁଇ
କଂକ୍ରିଟ ସହରେ ଏବେ ମୁଠେ ମାଟି
ମିଳିବା ସହଜ ନୁଁହଁଇ
ଗୋଡି ଇଟା ବାଲି ଓ ପଥର ସହରେ
ସ୍ରଷ୍ଟା ଜଣେ କେହି ଅଛି କାହିଁ
ସେଇଠି ତ ଇଶ୍ୱର ବିଶ୍ୱାସ ଆସେ ନିସ୍ଵାଶେ
ଅସ୍ତିତ୍ୱ ଉପଲବ୍ଧି କରିହୁଏ ଦେଖିହୁଏ ନାହିଁ
ମାଟି ର ରଙ୍ଗ ଆକାଶରେ ସୂର୍ଯ୍ୟଙ୍କ ସଙ୍ଗ
ପାଣି ପବନ ଜଳ ବାୟୁ ନଈ
ପାଣି ପବନ ଜଳ ସ୍ଥଳ ଆଉ ଏହି କାହିଁ
ସବୁଠି ପ୍ରକୃତି ରହିଛି ଚାହିଁ ଛାଇ ହୋଇ
ଆଲୋକ ର ରଙ୍ଗ ନଈର ମଙ୍ଗ ମାଟିର ଢଙ୍ଗ
ବଦଳିଗଲେ ବି ଇଶ୍ୱରଙ୍କ ସତ୍ତା ଏହି ରହି
ଫୁଟାଏ ପଥରରୁ ଫୁଲ ମାଟି ମାଆ ର ମୂଲ୍ୟ
ଇଶ୍ୱର ସର୍ବଶକ୍ତିମାନ କହି
ବିଶ୍ୱାସ ଓ ନିଶ୍ଵାସ କୁ ଜମା ଆଶା ନାହିଁ
ଜନ୍ମ ମରଣ ଯାହା ହାତେ ଥାଏ ରହି
ଫୁଲ ଫୁଟି ଲୋଟି ଗଛର ଛାଇ ପାଇବା ପାଇଁ
ଆଖିର ଟୋପେ ଲୁହ ଯଥେଷ୍ଟ ଏଥିପାଇଁ
ଇଶ୍ୱର ସର୍ବ ଶକ୍ତିମାନ ଜାଣିବା ପାଇଁ
ଶିଉଳିରେ ଫୁଲ କଂକ୍ରିଟରୁ ତେଲ
ମିଳିଯିବ ନିକଟରେ ହାତ ବଢ଼େଇ ଦେଇ
ଗଛର ଛାଇ ଓ ମଣିଷର ହାଇ
ଇଶ୍ଵର କେବଳ ପାରନ୍ତି ବୋହି
ସର୍ବନିୟନ୍ତା ବିଶ୍ୱକରତା ସବୁ ଦେଖୁଥାନ୍ତି
ରହି ରହି ଅସ୍ଥିର ସମୟର ସ୍ଥିର ଚିତ୍ର ହୋଇ