STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ସ୍ମୃତି 

ସ୍ମୃତି 

1 min
0


ଖଟା ମିଠା ସ୍ମୃତି ଛାଡ଼ି 
ଆଗକୁ ଯେତେ ବି ମାଡି 
ଷ୍ଟେସନ ଛାଡ଼ୁନି ଗାଡି 
ଖଟା ସ୍ମୃତି ସବୁ ପେଡ଼ିରେ ପଡି 
ଜୀବନ୍ତ ଲାଗନ୍ତି ସମୟ ଗଡି 
ମିଠା ସ୍ମୃତି କରେ ରଡି 
ବିଞ୍ଚି ଖଇ କଉଡ଼ି 
କାଇଁଚ ପେଡି ଟା ଉପରେ ପଡି 
କହେ ଗୋଟେଇ ନେ ରଙ୍ଗୀନ ଏ ଝୁଡି 
ଷ୍ଟେସନ ନାମକ ମନ ର ଭାଡି 
କେବେ ମିଠା ସ୍ମୃତି ଯାଏନି ଛାଡ଼ି 
ଖଟା ସ୍ମୃତି ଦିଏ ଶିକ୍ଷାର ଛଡି 
ସ୍ମୃତି ପୁଟୁଳି ପେଡି ଉପରେ ଉଡି 
କେବେ ସାତରଙ୍ଗ ପ୍ରଜାପତି କଢି 
କେବେ ଅସୁମାରି ଶଗଡ଼ ବା ଶଗଡି 
ଚାଲେ ଆଗେ ଆଗେ ଅନୁଭୂତି ସ୍ମୃତିରୁ ଯୋଡି 
ଉପରେ ପଡିଲେ ଗଛ ଉପୁଡି 
ମଣିଷ ପଡେ କେବେ କଚାଡି 
ସ୍ମୃତି ଛାଡି କିଏ ବାନ୍ଧିଛି କୋଉଠି 
ପୁଟୁଳି ପେଡି ଯିବାକୁ ଆଗକୁ ମାଡି
କିଏ କୋଉଠି ପିଉଛି ସ୍ମୃତି କରଡ଼ି 
 ଶଗଡି ଗାଡିରେ ନିଏ କିଏ ଘୋଷାଡି


Rate this content
Log in

Similar oriya poem from Abstract