STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସାଗର 

ସାଗର 

1 min
0


ଅସୀମ ସେ ସସୀମ ସେ 
ଆକାଶ ପରି 
ଆକାଶର ବଉଦ ସେପାରି 
ନୀଳ ନୀଳିମା ରେ ବତୁରି ଉତ୍ତୁରି 
ସାଗର ଉର୍ମି ଭାରେ ଭାରି 
ଲହଡି ସବୁ ବାଲିଘର ଉପରେ 
ଲଙ୍ଘି ଦୁଇ କୁଳ ଅତାବରୀ 
ସାଗର ଦୂର ଦିଗବଳୟ ସେପାରି 
ଦୀପିଦାଣ୍ଡୀ ନଥିବା ଗୋଟେ ବାଲିଚରୀ 
ସାଗର ସୁନ୍ଦର ଭାରି 
ସାଗର ଶବ୍ଦ ସପ୍ତଫେରି 
ସାଗର ତୋ କୁଳ ବକ୍ଷ ଚିରି 
ଥରେ ଶୋଇଯିବାକୁ ଇଛା ଭରି 
ଆସନ୍ତି ଯାଆନ୍ତି କେତେ ସ୍ମୃତି ସୁମରି 
କିଏ ଭସାଇଦିଏ କିଏ ଗୋଟେଇ ନିଏ 
ମୁଠେ ଶାମୁକା ପରି 
ସାତତାଳ ପଙ୍କରେ ଫରୁଆ ଭିତରେ 
ଥିବା ସ୍ମୃତି ସୁକୁମାରୀ 
ସତେ ଅବା ଗୋଟେ ସାଗରର ପରୀ ପରି 
ଆସି ହସିଦିଏ କିରିକିରି 
କହୁଥିବ କଥା ଦରିଆ ସେପାରି
ଠିକ କନକଗୋରୀ ପରି 
ସାଗର ହସୁଥାଏ ଫୁଲମତୀ ପରି
ଉର୍ମି ସବୁ ଢେଉ ହୋଇ ମଥା ପିଟି 
କୁଳରୁ ସାତତାଳ ଯାଉଥାଏ ଫେରି


Rate this content
Log in

Similar oriya poem from Abstract