STORYMIRROR

kamal kumar dash

Abstract Others

3  

kamal kumar dash

Abstract Others

ଫେରୁଛି ମୁଁ ଆଜି

ଫେରୁଛି ମୁଁ ଆଜି

1 min
186


ଫେରୁଛି ମୁଁ ଆଜି  ଅନେକ ଦୁରକୁ 

ମୋ ଗାଁ ମାଟିକୁ ଛାଡି 

ସାଙ୍ଗଙ୍କର ସ୍ନେହ ଭଉଣୀ ଆଦର 

ବୋଉର ଆଶିଷ ଧରି (1)

ମନ ହେଉଥିଲା ଆଉ କିଛି ଦିନ 

  ତା ପାଖରେ ରହିବାକୁ 

ତା ହାତୁ ପଖାଳ  ଶାଗ ମାଛ ଭଜା 

  ବଡ଼ିଫୁଲା ଖାଇବାକୁ (2)

ହେଲେ ମତେ ଆଜି ଫେରିବାକୁ ହେବ 

   ପାଠ ପୁରା କରିବାକୁ 

ଆଗକୁ ଛୁଟିରେ ଫେରିବି ମୁଁ ଘରେ 

   ତା ହାତରୁ ଖାଇବାକୁ (3)

ବୋଉ ମୋ ଦେଇଛି ମୁଆଁ ରାଷିଲଡୁ 

   ଆରିସା କାକରା ପିଠା 

ବାଦାମ ମିକଚର  ଆମ୍ବର ଆଚାର 

   ଆମ୍ବ ସାଢା ଲେମ୍ବୁ ଖଟା (4)

ବୋଉ ମୋ କହିଛି ବାଣ୍ଟିବୁନି ସବୁ 

   ନିଜେବି ଖାଇବୁ କିଛି 

ତୋର ପାଇଁ ଆଉ ତୋ ସାଙ୍ଗଙ୍କ ପାଇଁ 

   ବହୁତ ମୁଁ ଦେଇ ଅଛି (5)

ତା ଆଶିଷ ନେଇ ତାର ପାଦ ଛୁଇଁ 

   ଘରୁ ମୁଁ ବାହାରୁ ଥିଲି 

ତା ଆଖିରେ ଲୁହ ଦେଖିବା ଆଗରୁ 

 ଲୁହ ମୁଁ ଗଡାଇ ଦେଲି (6)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract