STORYMIRROR

jyotsna mayee panda

Abstract Inspirational

3  

jyotsna mayee panda

Abstract Inspirational

ସୃଷ୍ଟି ର ସମ୍ଭାର

ସୃଷ୍ଟି ର ସମ୍ଭାର

1 min
145

କି ଦେଇ ପୂଜିବି ତୁମକୁ ହେ ଆଜି

ତୁମ ଗଢ଼ା ପରା ଏ ସାରା ପୃଥିବୀ....

ଫୁଲ ରେ ଭରିଲ ସୁନ୍ଦର ସୁରଭି...

ମନ ମୋହିନିଏ ସଭିଙ୍କର ଆଜି !!

ଶ୍ରାବଣ କୁ ଦେଲ ମେଘ ର ମଲ୍ଲlର

ବସନ୍ତ କୁ ଦେଲ ସବୁଜ ଶୃଙ୍ଗାର...

ଫଗୁଣେ ଭରିଲ ରଙ୍ଗ ର ଅବିର !!

କେଡେ ସୁନ୍ଦର ଏ ସୃଷ୍ଟି ମନୋହର..

ନିଦାଘ ଟେ ଲୋଡ଼ା ମଣିଷ ଜୀବନେ

ଜଳଧର ଆଜି ତାହା ପାଇଁ ସିନା !!

ଶାମୁକା ଦେହ ରେ ମୁକ୍ତା ଟିଏ ଦେଲ...

ଜୀବନ ତାହାର ସାର୍ଥକ କରିଲ !!

ପ୍ରଜାପତି ର ସେ ସୁନ୍ଦର ଡେଣା କୁ...

କେତେ ଯତନ ରେ ଗଢିଲ ତାହାକୁ...

ଫୁଲ ରୁ ଫୁଲ କୁ ଯାଏ ସେତ ଘୁରି...

ପରାଗ ରେଣୁ ସେ ନିଜ ଦେହେ ବୋଳି !!

କୋଇଲି କୁ ଦେଲ ମଧୁର ସ୍ଵନ ଟେ...

କଳା ଦେହ ସିନା ସୁନ୍ଦର ମନ ଟେ !!

ହଳଦୀ ରଙ୍ଗ ର ହଳଦୀ ବସନ୍ତ...

ରଚିଲ ଜଗତ ତୁମେ ହିଁ ତ ନାଥ !!

କେଡେ ସୁନ୍ଦର ଏ ସୃଷ୍ଟି ର ସର୍ଜନା

ତୁମ ପାଇଁ ଆଜି ଧରା ହସେ ସିନା !!

ଗଢିଲ ତୁମେ ଏ ସୁନ୍ଦର ମଣିଷ

ଜ୍ଞାନ, ବୁଦ୍ଧି ଦେଇ ତାହାକୁ ଅଶେଷ !!

ସବୁ ପ୍ରାଣୀ ମଧ୍ୟେ ଶ୍ରେଷ୍ଠ କରି ଦେଲ

ପ୍ରେମ ପରିଭାଷା ହୃଦେ ଭରିଦେଲ ll

ପ୍ରକୃତି କୋଳ ରେ ଶ୍ରେଷ୍ଠ ସନ୍ତାନ ଟେ...

ତୁମ ରଚନା ର ଶ୍ରେଷ୍ଠ କବିତା ସେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract