STORYMIRROR

jyotsna mayee panda

Tragedy

3  

jyotsna mayee panda

Tragedy

ନିର୍ଜନତା

ନିର୍ଜନତା

1 min
201

ରାତ୍ରିର ସେ ନିର୍ଜନ ପ୍ରହରେ

ସବୁ ସମ୍ପୂର୍ଣ୍ଣର ସୂତା ଖିଅ ଛିଣ୍ଡି ଗଲା ପରେ

ତୁମେ ଆସ ମୋ ସପ୍ନରେ

ଅବା ବାସ୍ତବତା ଭିତରେ

ଲୁହ ସବୁ ଝରିଗଲା ପରେ

କୋହ ସବୁ ଛାତି ତଳେ ଚାପି ହୋଇରହିଯାଏ

ସ୍ମୃତି ସବୁ ସମାଧି ନେଇ ଯାଏ

ତୁମେ ଚାଲିଗଲା ପରେ

କିଛି ସମ୍ପର୍କ ସେମିତି ରହିଯାଏ

ଯାହାର କିଛି ନାଁ ବି ନଥାଏ

ଯାହା ସମୟ ସାଥିରେ ଲିଭିଯାଏ

କିଛି ସମ୍ପର୍କ ନଥାଇ ବି

ଦିନେ ସେ ସମ୍ପର୍କ ଅତି ଆପଣାର ହୁଏ

କିଛି ଭାବନା ମନକୁ ଆନ୍ଦୋଳିତ କରେ

କିଛି କଥା ନିର୍ଜନତାରେ ହିଁ ବୁଝିବାକୁହୁଏ

କିଛି ଭାଷା ଅକୁହା ହୋଇ ବି

ଅନେକ କିଛି କହିଦେଇଥାଏ

କିଛି ଚାହାଁଣି ଜୀବନରେ ଅନେକ କିଛି କହିଦିଏ

କିଛି ଶବ୍ଦ ଅନେକ ଭାବନାକୁ କହେ

କିଛି ସପ୍ନ ଅନେକ ବାସ୍ତବତାରୁ ହିଁ ଆସେ

କିଛି ଆଶା ଅନେକ ଭାବନାରେ ବଞ୍ଚେ

କିଛି ନୀରବତା ଅନେକ କିଛି କାହାଣୀ ଲେଖେ

କିଛି ସ୍ମୃତି ହୃଦୟରେ ଭାସେ

କିଛି ସମ୍ପର୍କ ସେମିତି ଅଭୁଲା ଅତୀତଟେ ହୋଇ

ସାରା ଜୀବନରେ ନାଚେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy