STORYMIRROR

jyotsna mayee panda

Romance Tragedy

3  

jyotsna mayee panda

Romance Tragedy

ଶୂନ୍ୟତାର ମୋହ

ଶୂନ୍ୟତାର ମୋହ

1 min
182

ଆଜି ବି ମୋ ମନ ଅଗଣାରେ ଝଙ୍କୃତ

ତୁମର ରେ ପାଉଜିର ସ୍ଵନ...

ଆଜି ବି ମୋ ମନ ଆଇନା ରେ....

ଦେଖୁଛି ମୁଁ ତୁମର ସେ ମନ...

ଶୂନ୍ୟତା ଭିତରେ ବି ଆଜି

ମୁଁ ଦେଖୁଛି ଖାଲି ପୂର୍ଣ୍ଣତା

ଭାବନା ରାଜ୍ୟରେ ଉଡ଼ିବୁଲେ...

କେତେ ସପ୍ନର ଡେଣା ଲଗାଇ...

କେବଳ ତୁମରି ସେ ଅଭୁଲା ସ୍ମୃତି ପାଇଁ..

ସପ୍ନ ସବୁ ପ୍ରୀତିର ସୂତା ଖିଅରେ ଗୁନ୍ଥେ ।

ସମ୍ପର୍କର ମଧୁର ସୁରଭି ଦେଇ...

ମନ ଆଇନାରେ ତୁମ ପ୍ରତିବିମ୍ବ ଦେଖେ...

ପ୍ରୀତି କଦମ୍ବର ବାସ୍ନା ନେଇ...

ତୁମରି ରାଗରେ ହଜିଯାଏ...

ମୁଁ ସାତ ସୁର ହୋଇ....

ଇଚ୍ଛା ହୁଏ ସବୁକିଛି ତୁମରି ନା ରେ

କରିଦେବl ପାଇଁ....

ସବୁ ସପ୍ନ ସବୁ ବାସ୍ତବତା ଭିତରେ

କେବଳ ତୁମକୁ ନେଇ...

ସାରା ଜୀବନ ବିତାଇ ଦେବା ପାଇଁ...

ତୁମର ସେ ମଧୁର ବାସ୍ନାରେ...

ନିଜକୁ ହଜେଇ ଦେବା ପାଇଁ...

ଇଚ୍ଛା ହୁଏ ତୁମ ନାଲି ସିନ୍ଦୁର ହୋଇ

ସବୁଦିନ ଝଟକୁ ଥିବା ପାଇଁ....

ତୁମର ସେ କୋମଳ ପଣତରେ...

ସବୁଦିନ ପାଇଁ ମୁହଁ ଲୁଚେଇବା ପାଇଁ..

ତୁମର ସେ ନରମ କୋଳରେ...

ଯୁଗଯୁଗର ନିଦ ଶୋଇଯିବା ପାଇଁ...

ତୁମର ସେ ବାହୁ ବନ୍ଧନରେ...

ସବୁଦିନ ପାଇଁ ବାନ୍ଧି ହେବା ପାଇଁ...

ତୁମର ସେ ସ୍ମୃତିର ପରିସୀମା ଭିତରେ

ସମ୍ପୂର୍ଣ୍ଣ ଭାବେ ନିଜକୁ ହଜେଇ ଦେବା ପାଇଁ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance