ଭଲପାଇ ଭୁଲ କଲି
ଭଲପାଇ ଭୁଲ କଲି
ଭଲ ପାଇ ତମକୁ ମୁଁ
ବଡ଼ ଭୁଲ କଲି
ଜାଣି ନଥିଲି ତୁମେ ମତେ
ପ୍ରତାରଣା ଦବ ବୋଲି ।
ଏମିତି ମୁଁ ଏକୁଟିଆ
ଖୁବ ଭଲ ଥିଲି
କ୍ଷଣିକ ସମ୍ପର୍କ ପାଇଁ
ଦୁନିଆ ଅପବାଦ ସହିଲି ।
ଅନେକ ଆଶାର ସ୍ୱପ୍ନକୁ ନେଇ
ଗଢିଲି ସ୍ମୃତିର ହୀରା ଜହ୍ନ
କୁହ ତୁମେ ...
କାହିଁକି ମୋ ସ୍ୱପ୍ନକୁ ଭାଙ୍ଗିଦେଇ
ଧରାଇଲ ତୁମ ସ୍ମୃତି ଚିହ୍ନ ।
ଭୁଲିବାର ଥିଲା ଯଦି
ଭଲ ପାଉଥିଲ କାହିଁ
କି ଲାଭ ପାଇଲ ତୁମେ
ହୃଦୟରେ ନିଆଁ ଜାଳିଦେଇ ।
ବଞ୍ଚିଥିବା ଯାଏ ଭୁଲିବିନି
ତୁମର ସେହି ପ୍ରେମକୁ
ଦୀପ ହୋଇ ଜଳୁଥିବି
ଆଲୋକିତ କରି
ତୁମ ଫେରିବା ପଥକୁ ।
ତୁମେ ସିନା ଆସିଥିଲ
ମୋ ଜୀବନେ ....
ଅଦିନିଆ ଝଡ଼ ହୋଇ
ହେଲେ ମୁଁ ଧାଇଁଥିଲି
ମରୀଚିକା ପଛେ
କେତେ ଆଶା ଆକାଂକ୍ଷାକୁ ନେଇ ।
କାହିଁକି ଭାଙ୍ଗିଦେଲ
ମୋ ମନ ହୃଦୟର
ଅଧାଗଢା ସୁନେଲି ସ୍ବପ୍ନକୁ
କାହିଁକି ଚୁରମାର କରିଦେଲ
ମୋ ଭଲ ପାଇବାର
ସୁନ୍ଦର ତାଜମହଲକୁ ।
ବିଶ୍ୱାସର କଥା ଦେଇ
ତୋଳିଥିଲେ ଦୁହେଁ ଆମେ
ସ୍ମୃତିର ଘରକୁ
ଦଲକାଏ ପବନରେ
ଭସାଇ ନେଲାସବୁ
ସ୍ମୃତିର ଚିହ୍ନସବୁ ।
ଭୁଲିବାର ଥିଲା ଯଦି
ଆପଣାର କରୁଥିଲ କାହିଁ
ମୋ ପରି ନିରୀହକୁ ।
ଅପବାଦର ଜ୍ୱାଳା ସହି
ବଞ୍ଚି ରହିଛି ଯିବାକୁ
ଖାଲି ଶ୍ମଶାନକୁ ।